ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଆଜି ସରିବ ଯୁକ୍ତ ତିନି ନାମଲେଖା ଆବେଦନ: ଏବର୍ଷ ବି ଖାଲି ପଡ଼ିବ କି ସିଟ୍‌?

Published By : Harapriya Sethi | June 1, 2025 2:10 PM

ଭୁବନେଶ୍ୱର, ୦୧/୦୬: ଆଜି ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ସମୟ ସୀମା ଶେଷ ହେବ । ଏବେସୁଦ୍ଧା ରହିଥିବା ସିଟ୍‌ଠୁ କମ୍‌ ଆବେଦନ ମିଳିଛି । ରାଜ୍ୟରେ ଯୁକ୍ତ ୩ ନାମଲେଖା ପାଇଁ ୨ ଲକ୍ଷ ୭୬ ହଜାର ୫୬୯ ସିଟ୍‌ ରହିଛି  । ହେଲେ ଆଜି ଯାଏ ୨ ଲକ୍ଷ ୪୬ ହଜାର ୮୦୦ ଆବେଦନ ହୋଇଛି । ଚଳିତବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇରେ ୩ ଲକ୍ଷ ୨୦ ହଜାର ୧୬୨ ଜଣ ପାସ୍‌ କରିଛନ୍ତି । କେବଳ ଏତିକି ନୁହେଁ, ସିବିଏସ୍‌ଇ ପରିଚାଳିତ ଦ୍ୱାଦଶ ଶ୍ରେଣୀରେ ୩୨ ହଜାର ୭୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ ୩ ଲକ୍ଷ ୫୨ ହଜାର ଜଣ ଉତ୍ତୀର୍ଣ୍ଣ ସତ୍ତେ୍ୱ ଏତେ କମ୍‌ ସଂଖ୍ୟକ କାହିଁକି ଆବେଦନ ହେଉଛି ତାହା ଚିନ୍ତାର ବିଷୟ ପାଲଟିଛି । ପିଲାମାନେ ପାଠ ଛାଡ଼ୁଛନ୍ତି ନା ସାଧାରଣ ଶିକ୍ଷାରୁ ମୁହଁ ମୋଡ଼ୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇଛି ।  

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଯୁକ୍ତ ତିନି ନାମଲେଖାର ଶେଷ ତାରଖ ଥିଲା । ଆବେଦନ ସିଟ୍‌ର ଅଧା ପିଲା ଆବେଦନ କରି ନଥିଲେ । ସିଏଚ୍‌ଏସ୍‌ଇ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନପାଇବା କାରଣରୁ ଆବେଦନକାରୀଙ୍କ ସଂଖ୍ୟା କମ୍‌ ବୋଲି ଆଶଙ୍କା କରାଗଲା । ଏହାପରେ ଆବେନଦର ସମୟ ସୀମାକୁ ଉଚ୍ଚଶିକ୍ଷା ବିଭାଗ ଜୁନ୍‌ ୧ ତାରିଖକୁ ବୃଦ୍ଧି କଲେ । ଆଜି ଯୁକ୍ତ ତିନି ନାମଲେଖା ଆବେଦନ ଶେଷ ହେବ । କିନ୍ତୁ ଗତକାଲି ରାତି ସାଢ଼େ ୯ଟା ଭିତରେ ମାତ୍ର ୨ ଲକ୍ଷ ୪୬ ହଜାର ୮୦୦ ପିଲା ଆବେଦନ କରିଛନ୍ତି । ଏଥିରୁ ୨ ଲକ୍ଷ ୩୯ ହଜାର ୩୩୩ଜଣ ଅନ୍‌ଲାଇନରେ ଆବେଦନ ଫି ଦାଖଲ କରିଛନ୍ତି । ପାଖାପାଖି ୩୦ ହଜାର କମ୍‌ ଆବେଦନ ହୋଇଛି । ଏଥିରୁ ସ୍ପଷ୍ଟ ଯେ ଗତବର୍ଷ ଭଳି ଏବର୍ଷ ମଧ୍ୟ ଯୁକ୍ତ ତିନିରେ ସିଟ୍‌ ଖାଲି ପଡ଼ିବ ।  ସୂଚନାଯୋଗ୍ୟ, ଗତ ଶିକ୍ଷାବର୍ଷ (୨୦୨୪-୨୫) ରେ ୧୦୫୮ କଲେଜର ୨ ଲକ୍ଷ ୭୪ ହଜାର ୩୪୩ ସିଟ୍‌ରେ ନାମଲେଖା ହୋଇଥିଲା । ଏଥିରୁ ୬୯ ହଜାର ୫୭୨ ସିଟ୍‌ ଅର୍ଥାତ୍‌ ୨୫ ପ୍ରତିଶତ ସିଟ୍‌ ଖାଲି ପଡ଼ିଥିଲା । କଳାରେ ମାତ୍ର ୧୭% ସିଟ୍‌ ଖାଲି ପଡ଼ିଥିବା ବେଳେ ବାଣିଜ୍ୟରେ ୪୩% , ବିଜ୍ଞାନରେ ୩୨% ସିଟ୍‌ ଖାଲି ପଡ଼ିଥିଲା । ସେଲ୍ଫ ଫାଇନାନ୍ସରେ ୩୯%, ସଂସ୍କୃତରେ ୩୬% ସିଟ୍‌ ଫାଙ୍କା ରହିଥିଲା ।  

ତେବେ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀମାନେ କେଉଁଆଡ଼େ ଯାଉଛନ୍ତି ବୋଲି ଶିକ୍ଷାବିତ୍‌ଙ୍କ ପ୍ରଶ୍ନ । ଇଣ୍ଟିଗ୍ରେଡେଟ୍‌ ବିଏଡ୍‌, ସିଟି ନାମଲେଖା ଆରମ୍ଭ ହୋଇନି । ଆଇଟିଆଇ, ଡିପ୍ଲୋମାରେ ଆବେଦନକାରୀଙ୍କ ସଂଖ୍ୟା ମଧ୍ୟ ଢେର କମ୍‌ । ସିଟ୍‌ ଖାଲି ପଡୁ଼ଛି । ବିଟେକ୍‌ରେ ମଧ୍ୟ ସମାନ ଅବସ୍ଥା । ତେବେ ଯୁକ୍ତ ଦୁଇ ପରେ ପ୍ରତିବର୍ଷ ସିଟ୍‌ ଖାଲି ପଡ଼ିବା ଚିନ୍ତା ବଢ଼ାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.