ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଓଠରେ ଏକମାସ ଯାଏ ଲଗାନ୍ତୁ ମହୁ, ମିଳିବ ଅନେକ ଫାଇଦା

Published By : Prameya | January 16, 2025 3:06 PM

ନୂଆଦିଲ୍ଲୀ ୧୬/୦୧: ଶୀତଦିନେ ମହିଳାମାନେ ବିଶେଷକରି ଓଠକୁ  ସୁନ୍ଦର କରିବାକୁ ଅନେକ ପ୍ରୟାସ କରିଥାନ୍ତି ।  କାରଣ ଏହି ସମୟରେ ଓଠ ଫାଟିବା ସମସ୍ୟା ଦେଖା ଦେଇଥାଏ । ଆପଣ ଚାହିଁଲେ ଘରୋଇ  ଉପାୟରେ ଓଠକୁ ସୁନ୍ଦର ଓ କୋମଳ  ରଖିପାରିବେ । ଏଥିପାଇଁ ମହୁର ବ୍ୟବହାର  କରିପାରିବେ ।  

ମହୁ ଏକ ପ୍ରକାରର ଔଷଧ । ସକାଳେ ଖାଲି ପେଟରେ ପାଣିରେ ମହୁ ପକାଇ ପିଇବା  ଦ୍ୱାରା ଅନେକ ଲାଭ ମିଳିଥାଏ । ସେହିପରି ଶୀତଦିନେ ଓଠରେ ମହୁ ଲଗାଇବା ଦ୍ୱାରା ଶୁଷ୍କତା କମ୍‌ ରହିଥାଏ । ଓଠର ରଙ୍ଗରେ ମଧ୍ୟ ପରିବର୍ତ୍ତନ ହେବା ସହ ଚମକ୍‌ ଆସିଥାଏ । ମହୁରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଫଙ୍ଗାଲ  ଗୁଣ ରହିଥାଏ, ଯାହା ଓଠକୁ ମଏଶ୍ଚରାଇଜ୍‌  କରିଥାଏ । ଫଳରେ ଓଠ ନରମ ଓ ଚିକ୍‌ଣ  ରହିଥାଏ । ନିୟମିତ ରାତିରେ ଶୋଇବା  ପୂର୍ବରୁ ଓଠରେ ମହୁ ଲଗାଇବା ଦ୍ୱାରା ଦିନର  ଖରା, ପବନ ଓ ପରିବେଶଜନିତ ସମସ୍ୟାକୁ  ସାମ୍‌ନା କରିବା ସହଜ ହୋଇଥାଏ । ଯଦି  ଓଠ ଶୁଖିଯାଉଥାଏ, ତେବେ ନିୟମିତ ମହୁ  ଲଗାନ୍ତୁ । ଏପରି କରିବା ଦ୍ୱାରା ଓଠର ରଙ୍ଗରେ  ସୁଧାର ଆସିଥାଏ । କାରଣ ମହୁରେ ଆଣ୍ଟି- ପିଗ୍‌ମେଣ୍ଟେସନ୍‌ ଗୁଣ ରହିଥାଏ । ମହୁରେ  ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି-ଫଙ୍ଗଲ୍‌  ଗୁଣ ଓଠର ବିଭିନ୍ନ ସମସ୍ୟାକୁ ଦୂର କରିବାରେ  ସହଯୋଗ କରିଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.