ନୂଆଦିଲ୍ଲୀ : ସାରା ଦେଶରେ ହାଇକୋର୍ଟରେ ଦୀର୍ଘଦିନ ପଡ଼ି ରହିଥିବା ଅପରାଧିକ ମାମଲା ଗୁଡ଼ିକର ଫୈସଲା ପାଇଁ ସୁପ୍ରିମକୋର୍ଟ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଏହାକୁ ନଜରରେ ରଖି ଏବେସବୁ ହାଇକୋର୍ଟଙ୍କୁ ଏହି ଅଧିକାର ମିଳି ଯାଇଛି କି, ସେ ଅବସରପ୍ରାପ୍ତ ବିଚାରପତିଙ୍କୁ ଆଡହକ୍‌ (ଅସ୍ଥାୟୀ) ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରି ପାରିବେ। 

ଏହା ପୂର୍ବରୁ, ଅପ୍ରେଲ ୨୦୨୧ରେ ସୁପ୍ରିମକୋର୍ଟ ଏକ ଆଦେଶରେ କହିଥିଲେ କି, କେବଳ ସେହି ହାଇକୋର୍ଟରେ ଆଡହକ୍‌ ଜଜ୍‌ଙ୍କ ନିଯୁକ୍ତି କରାଯାଇ ପାରେ , ଯେଉଁଠି ଖାଲି ସ୍ଥାନ ସଂଖ୍ୟା ୨୦ପ୍ରତିଶତରୁ କମ୍‌ ଥିବ। କିନ୍ତୁ ଏବେ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନାଙ୍କର ଅଧ୍ୟକ୍ଷତାରେ ୩ ଜଣିଆ ବିଚାରପତିଙ୍କର ଖଣ୍ଡପୀଠ ଏହି ସର୍ତ୍ତକୁ ହଟାଇ ଏହି ଆଦେଶର ପ୍ରଭାବକୁ ଅସ୍ଥାୟୀ ଭାବେ ସ୍ଥଗତି କରିଦେଇଛନ୍ତି। ଏହି ବିଶେଷ କାର୍ଯ୍ୟରେ ହାଇକୋର୍ଟରେ ପେଣ୍ଡିଂ ଥିବା ଅପରାଧିକ ମାମଲାର ସଂଖ୍ୟାକୁ ହ୍ରାସ କରାଯାଇ ପାରେ। 

ବାର ଆଣ୍ଡ ବେଞ୍ଚର ରିପୋର୍ଟ ମୁତାବିକ, ୨୦୨୧ରେ ସୁପ୍ରିମକୋର୍ଟ ଲୋକ ପ୍ରହରୀ ବନାମ ଭାରତ ସରକାର ମାମଲାରେ ନିଷ୍ପତ୍ତି ଶୁଣାଇ ପ୍ରଥମ ଥର ହାଇକୋର୍ଟରେ ଆଡହକ୍‌ ବିଚାରପତିଙ୍କ ନିଯୁକ୍ତିର ଅନୁମତି ଦେଇଥିଲେ। ହେଲେ, କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଦେଇ ଥିଲେ କି, ଏହା ଏକ ନିୟମିତ ପ୍ରକ୍ରିୟା ହେବା ଉଚିତ୍‌ ନୁହେଁ ଏବଂ ନିୟମିତ ନିଯୁକ୍ତି ଗୁଡ଼ିକର ସ୍ଥାନ ଆଡହକ୍‌ ଜଜ୍‌ ନେଇ ପାରିବେ ନାହିଁ ।

ତତ୍କାଳୀନ ନିଷ୍ପତ୍ତିରେ କିଛି ସର୍ତ୍ତ ସ୍ଥିର କରାଯାଇଛି, ଯେଉଁଥିରେ ହାଇକୋର୍ଟରେ ଯଦି ୨୦ ପ୍ରତିଶକରୁ ଅଧିକ ପଦ ଖାଲି ରହିଛି,ସେତେବେଳେ ଆଡହକ୍‌ ଜଜ୍‌ଙ୍କ ନିଯୁକ୍ତି ହୋଇ ପାରେ। କିନ୍ତୁ ଏବେ ସୁପ୍ରିମକୋର୍ଟ ୨୦ ପ୍ରତିଶତ ଖାଲିସ୍ଥାନର ସର୍ତ୍ତକୁ ହଟାଇ ଦେଇଛନ୍ତି, ଯେଉଁଥିରେ ହାଇକୋର୍ଟଙ୍କୁ ଅଧିକ ଫେକ୍ସିବିଲିଟ୍‌ ମିଳି ଯାଇଛି ଏବଂ ସେ ଅପରାଧ ମାମଲାକୁ ସମାଧାନ କରିବା ପାଇଁ ଅଧିକ ଅବସରପ୍ରାପ୍ତ ବିଚାରପତିଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରି ପାରନ୍ତି।