ଭୁବନେଶ୍ୱର,୨୦/୪: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବିବାଦୀୟ ମାମଲାରେ ନୂଆ ମୋଡ ସାମ୍ନାକୁ  ଆସିଛି । ଅର୍ଚ୍ଚନାଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି  ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଏ ନେଇ  ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା  (ନଂ. ୫୮/୨୫) ରୁଜୁ ହୋଇଛି ।  

ସୂଚନାଯୋଗ୍ୟଯେ, ୨୦୨୨ ମସିହାରେ  ଅର୍ଚ୍ଚନା ଗିରଫ ହୋଇଥିଲେ । ସେ ଗିରଫ  ହେବାର କିଛି ଦିନ ପରେ ତାଙ୍କ ସ୍ୱାମୀ  ଗିରଫ ହୋଇଥିଲେ । ଦେଢ଼ ବର୍ଷ ପରେ  ଦୁଇ ଜଣ ଜେଲ୍‌ରୁ ବାହାରିଥିଲେ ।  ଜେଲ୍‌ରୁ ବାହାରିବା ପରେ ଉଭୟଙ୍କ  ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।  ଶେଷରେ ଜଗବନ୍ଧୁ ନିଷ୍ପତ୍ତି ନେଇଥିଲେ  ଅର୍ଚ୍ଚନାଙ୍କଠାରୁ ଅଲଗା ହେବା ପାଇଁ ।  ଏବେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।