ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ଘୁରି ବୁଲୁଛି କି ବାଘ ? ବିରାଟ ପାଦଚିହ୍ନ ନେଇ ଆତଙ୍କିତ ଗ୍ରାମବାସୀ

Published By : Harapriya Sethi | December 7, 2024 1:28 PM

ନୀଳଗିରି,୦୭/୧୨: ବାଲେଶ୍ବର ଜିଲ୍ଲା କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ଘୁରି ବୁଲୁଛି କି ବାଘ ? ଏକ ବିରାଟ ପାଦ ଚିହ୍ନ ଜଙ୍ଗଲ ଓ ସୀମାନ୍ତରେ ପଡିବା ନେଇ ଆତଙ୍କିତ ହୋଇ ପଡିଛନ୍ତି ଅଞ୍ଚଳବାସୀ । 

ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଭରା କୁଳଡିହା ଅଭୟାରଣ୍ୟ ରହିଛି ।୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏହି ଅଭୟାରଣ୍ୟରେ ହରିଣ, ସମ୍ବର, ଗୟଳ, କୁଟାରୀ, ଝିଙ୍କ, ଭାଲୁ, ହାତୀ, ବାଘ ଅଛନ୍ତି । ତେବେ ଅଭୟାରଣ୍ୟ ଭିତରେ ଜଡ଼ାଚୁଆ ବିଟ ନିକଟରେ ପୂର୍ବରୁ ବାଘ ଏବଂ ହରିଣ ଶିକାର କରିବାର ଖବର ରହିଛି । ଅଭୟାରଣ୍ୟଟି ଶିମିଳିପାଳକୁ ଲାଗିଥିବା ବେଳେ ଦୁଇ ବର୍ଷ ତଳେ ବିରାଟ ପାଦଚିହ୍ନ ପଡିଥିବା ଦେଖି ସମସ୍ତଙ୍କ ନିଦ ହଜିଯାଇଥିଲା । କେହିକେହି ଶିମିଳିପାଳରୁ ମହାବଳ ବାଘ ବୋଲି କହି ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ବନବିଭାଗ ତରଫରୁ ପ୍ଲାଷ୍ଟର ପ୍ୟାରିସ ଓ ଟ୍ରାପ କ୍ୟାମେରା ବସାଇ ଯାଇଥିଲେ ମଧ୍ୟ ବାଘକୁ ନେଇ ବନବିଭାଗ ସ୍ପଷ୍ଟ କରି ନଥିଲା । ତେବେ ପୁଣି କୁଳଡିହା ଅଭୟାରଣ୍ୟ ସୀମାନ୍ତର ଅନେକ ବନ୍ଧ ଓ ଡ୍ୟାମ ନିକଟରେ ବିଭିନ୍ନ ପାଦ ଚିହ୍ନ ପଡିଥିବା ଦେଖିବାକୁ ମିଳିଛି । ଜୀବଜନ୍ତୁ ଆସି ପାଣି ପିଇବା ସମସ୍ତେ ଜାଣିଥିବା ବେଳେ ଏକ ବିରାଟ ପାଦଚିହ୍ନ ପଡିବା ଗ୍ରାମବାସୀଙ୍କୁ ଭୟଭୀତ କରିଛି । ଏହା କୌଣସି ବାଘର ପାଦ ଚିହ୍ନ ବୋଲି ବନାଞ୍ଚଳବାସୀ କହିଛନ୍ତି । ତେବେ ବନ ବିଭାଗ ଏହାର ତଦନ୍ତ କରି ସ୍ପଷ୍ଟ କରିବାକୁ ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.