ଭୂବନେଶ୍ୱର ୦୨/୦୨: ବାସ୍ତୁ ଶାସ୍ତ୍ର ତଥା ଫେଙ୍ଗ୍ ଶୁଇ ଅନୁସାରେ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀର ବ୍ୟବହାର କରିବାର ଉପାୟରୁ ଆମକୁ ସକାରାତ୍ମକ ଅଥବା ନକାରାତ୍ମକ ଶକ୍ତି ମିଳିଥାଏ । ଆଲ୍ମୀରାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ । ପ୍ରତ୍ୟେକଙ୍କ ଘରେ ନିଶ୍ଚୟ ଆଲମୀରା ବ୍ୟବହାର କରାଯାଏ । ନିଜର ପୋଷାକପତ୍ର ହେଉ ବା ଅର୍ଥ,ଅଳଙ୍କାର,ପୁସ୍ତକ ଅବା ଅନ୍ୟ କିଛି ମୂଲ୍ୟବାନ ଜିନିଷ ଆଲମୀରାରେ ସାଇତି ରଖାଯାଇଥାଏ । ତେବେ କାମ ପାଇଁ ଆଲମୀରା ବ୍ୟବହାର କରିବା ପରେ ଆମ ଭିତରୁ ଅନେକେ ତରବରରେ ଅବା ଅଭ୍ୟାସ ବଶତଃ ଏହାକୁ ଖୋଲା ରଖି ଦେବା ଲକ୍ଷ୍ୟ କରାଯାଏ । ବହୁତ ସମୟ ଧରି ଏପରି ଆଲମୀରା ଖୋଲା ରହିବା ଆଦୌ ଶୁଭଙ୍କର ନୁହେଁ ବୋଲି ଫେଙ୍ଗ ଶୁଇ ଶାସ୍ତ୍ରର ମତ ।
ଆହୁରି ପଢ଼ନ୍ତୁ...ଭାରତର ଅଧିକାଂଶ ନଦୀ ମାତୃ ସ୍ୱରୂପ, ମାତ୍ର ବ୍ରହ୍ମପୁତ୍ରକୁ ମିଳିଛି ପୁରୁଷ ନଦୀର ମାନ୍ୟତା
ଫେଙ୍ଗ୍ ଶୁଇ ଅନୁଯାୟୀ ଖୋଲା ଆଲମୀରାରୁ ନକାରାତ୍ମକ ଉର୍ଜା ପ୍ରବାହ ଜାରି ରହିଥାଏ । ଏହା ପ୍ରଭାବରେ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । ସେହି ଘରେ ରହୁଥିବା ବ୍ୟକ୍ତି ବାରମ୍ବାର ରୋଗଗ୍ରସ୍ତ ହୋଇପଡ଼େ । ଏପରିକି ଆଲମୀରା ଖୋଲା ଛାଡ଼ିବା ଅଭ୍ୟାସ ନ ବଦଳାଇଲେ ରୋଗଗ୍ରସ୍ତ ବ୍ୟକ୍ତି ହୁଏତ ମୃତ୍ୟୁ ଆଡ଼କୁ ଟାଣି ହୋଇଯାଏ । ସୁତରାଂ ଆଲମୀରା ଆଦୌ ଖୋଲା ଛାଡ଼ନ୍ତୁ ନାହିଁ । କିଏ ଖୋଲା ଛାଡ଼ି ଯାଉଥିଲେ ଏପରି ନକରିବା ପାଇଁ ସତର୍କ କରାଇଦେବା ଭଲ ।