ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଏହି ଦିଗକୁ ମୁଣ୍ଡ କରି ଶୋଉଛନ୍ତି କି ? ଲାଗି ରହିବ ରୋଗ, ଧନର ଅଭାବ ଏବଂ ଅଶାନ୍ତି...

Published By : Harapriya Sethi | May 9, 2025 8:49 AM

ବାସ୍ତୁ ଶାସ୍ତ୍ରରେ ଖାଦ୍ୟ ଖାଇବା, ଶୋଇବା, ପାଠ ପଢିବା, ପୂଜା କରିବା ପାଇଁ ସଠିକ୍‌ ଦିଗର ବର୍ଣ୍ଣନା କରାଯାଇଛି । ସେହିଭଳି ଭୁଲ୍‌ ଦିଗରେ ଏସବୁ କାମ କରିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଜୀବନରେ ଅଶାନ୍ତି, ଘରେ କଳହ, ଆର୍ଥିକ ସସମ୍ୟା ଲାଗି ରହିଥାଏ । ରୋଗ-ଧନର ଅଭାବ ମଧ୍ୟ ଲାଗି ରୁହେ । ବାସ୍ତୁ ଅନୁସାରେ ଭୁଲ୍‌ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀରରେ ରୋଗ ଲାଗି ରହିଥାଏ । କୁହାଯାଏ ପର୍ଯ୍ୟାପ୍ତ ଓ ଶାନ୍ତିରେ ଶୋଇଲେ ଶରୀର ସୁସ୍ଥ ରହିଥାଏ । ବାସ୍ତୁ ଅନୁସାରେ ସଠିକ୍‌ ଦିଗକୁ ମୁଣ୍ଡ କରି ଶୋଇଲେ ଭଲ ନିଦ, ଦେବୀ-ଦେବତାଙ୍କ ଆଶୀର୍ବାଦ,କୃପା ପ୍ରାପ୍ତି ହୋଇଥାଏ ।

ଭୁଲ୍‌ ଦିଗକୁ ମୁଣ୍ଡ କରି ଶୋଇଲେ, ମାନସିକ ଦୁଃଶ୍ଚିନ୍ତା ସହ ଅନେକ ଶାରିରୀକ ସମସ୍ୟା ଓ ଧନ ଅଭାବ ଲାଗି ରହିଥାଏ। ବାସ୍ତୁ ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍‌ ନୁହେଁ। ଏହାଦ୍ୱାରା ଅଶୁଭ ପ୍ରଭାବ ପଡିଥାଏ । ଏହି ଦିଗକୁ ମୁଣ୍ଡ କରି ଶୋଇଲେ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇ ପାରିନଥାଏ । ଉନ୍ନତି ହୋଇନଥାଏ । ଶରୀରରେ ଶକ୍ତିର ଅଭାବ, ମାନସିକ ଅଶାନ୍ତି ସହ ଅନ୍ୟାନ୍ୟ ରୋଗ ଲାଗି ରହିଥାଏ। ଆର୍ଥିକ ସମସ୍ୟା ସହ କରଜ ମଧ୍ୟ ଲାଗି ରହିଥାଏ। ମାତ୍ର ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବାକୁ ଉତ୍ତମ ବୋଲି ମାନ୍ୟତା ରହିଛି। ଶାନ୍ତି ଓ ଆରାମଦାୟକ ନିଦ ହୋଇଥାଏ। ଦକ୍ଷିଣ ଭଳି ପୂର୍ବ ଓ ପଶ୍ଚିମ ଦିଗକୁ ମଧ୍ୟ ମୁଣ୍ଡ କରି ଶୋଇପାରିବେ। ମାତ୍ର ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.