ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ଆପଣ ଜଣେ ଆମେରିକୀୟ ଭିସାଧାରୀ କି? ଜାଣନ୍ତୁ କ'ଣ ରହିଛି ଆର୍ଜେଣ୍ଟିନାର ଉପହାର...

Published By : Anindita Ratha | August 28, 2025 10:15 AM

ନୂଆଦିଲ୍ଲୀ,୨୮/୦୮: ଏଣିକି ଆର୍ଜେଣ୍ଟିନା ଯିବାକୁ ଭାରତୀୟଙ୍କୁ ଆଉ ଦରକାର ପଡ଼ିବନି ଭିସା ।  ଆମେରିକା ଭିସା ଥିଲେ ମାଗଣାରେ  ଆର୍ଜେଣ୍ଟିନା  ପ୍ରବେଶ କରିପାରିବେ ଭାରତୀୟ ନାଗରିକ। ଅର୍ଥାତ ଯେଉଁ ଭାରତୀୟଙ୍କ ପାଖରେ ଆମେରିକା ଭିସା ଅଛି ସେମାନେ ମଧ୍ୟ ସେହି ଭିସା ବ୍ୟବହାର କରି ଆର୍ଜେଣ୍ଟିନା ଯାତ୍ରା କରିପାରିବେ।

ଦକ୍ଷିଣ ଆମେରିକୀୟ ଦେଶ ଆର୍ଜେଣ୍ଟିନା ନିଜ ଦେଶକୁ ଭାରତୀୟମାନଙ୍କୁ ଭିସା ମୁକ୍ତ ପ୍ରବେଶ ଅନୁମତି ଦେବାକୁ ଘୋଷଣା କରିଛି। କିନ୍ତୁ ଏଥିପାଇଁ ଭାରତୀୟମାନଙ୍କୁ ଗୋଟିଏ ସର୍ତ୍ତ ପୂରଣ କରିବାକୁ ପଡିବ। ଏହି ଛାଡ କେବଳ ସେହି ଭାରତୀୟମାନଙ୍କୁ ଦିଆଯାଇଛି ଯେଉଁମାନଙ୍କ ପାଖରେ ଆମେରିକୀୟ ଭିସା ଅଛି। ଆର୍ଜେଣ୍ଟିନାର ରାଷ୍ଟ୍ରଦୂତ ମାରିଆନୋ କାସିନୋ ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ସୂଚନା ସେୟାର କରିଛନ୍ତି।

ମାରିଆନୋ କାସିନୋ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, "ଆମେରିକୀୟ ଭିସା ଥିବା ଭାରତୀୟ ନାଗରିକଙ୍କ ପାଇଁ ଆର୍ଜେଣ୍ଟିନା ପ୍ରବେଶ ନିୟମକୁ କୋହଳ କରୁଛି। ସେ ଆହୁରି ଲେଖିଛନ୍ତି ଯେ ଆର୍ଜେଣ୍ଟିନା ସରକାର ଆମେରିକା ଭିସାଥିବା ଭାରତୀୟ ନାଗରିକଙ୍କ ପାଇଁ ଦେଶରେ ପ୍ରବେଶକୁ ସହଜ କରିଛି। ସରକାରୀ ଗେଜେଟରେ ପ୍ରକାଶିତ ଏକ ପ୍ରସ୍ତାବ ଅନୁଯାୟୀ, ଏବେ ଯେଉଁ ଭାରତୀୟ ନାଗରିକମାନଙ୍କର ଆମେରିକାର ପର୍ଯ୍ୟଟନ ଭିସା ଅଛି ସେମାନଙ୍କୁ ଆର୍ଜେଣ୍ଟିନା ପାଇଁ ଭିସା ନେବାର ଆବଶ୍ୟକତା ପଡ଼ିବ ନାହିଁ। ଏହା ଭାରତ ଏବଂ ଆର୍ଜେଣ୍ଟିନା ଉଭୟ ପାଇଁ ବହୁତ ଭଲ ଖବର। ଆମେ ଆମର ସୁନ୍ଦର ଦେଶକୁ ଭାରତରୁ ଅଧିକ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ।"


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.