ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ସରିଲା ନିର୍ବନ୍ଧ... ଖୁବ୍‌ଶୀଘ୍ର ହାତକୁ ଦିହାତ ହେବେ ଅର୍ଜୁନ ତେନ୍ଦୁଲକର, ଜାଣନ୍ତୁ କିଏ ହେବେ ସଚ୍ଚିନଙ୍କ ପୁତ୍ରବଧୂ ?

Published By : Rasmita Pradhan | August 14, 2025 9:21 AM

ନୂଆଦିଲ୍ଲୀ, ୧୪/୦୮ : ସରିଲା ନିର୍ବନ୍ଧ... ପଡ଼ିବ ହାତଗଣ୍ଠି। ଖୁବ୍‌ଶୀଘ୍ର ହାତକୁ ଦିହାତ ହେବେ ଅର୍ଜୁନ ତେନ୍ଦୁଲକର। ନିଜର ଲଙ୍ଗ୍ ଟାଇମ୍ ପ୍ରେମିକା ସାନିଆ ଚାଣ୍ଡୋକଙ୍କ ସହ ଏନଗେଜ୍‌ମେଣ୍ଟ କରିଛନ୍ତି ୨୫ ବର୍ଷୀୟ ଅର୍ଜୁନ। ପରିବାର ଉପସ୍ଥିତିରେ ପ୍ରେମିକାଙ୍କୁ ପିନ୍ଧାଇଛନ୍ତି ନିର୍ବନ୍ଧ ମୁଦି। ଖୁବ୍ କମ୍ ଲୋକଙ୍କ ଉପସ୍ଥିତିରେ ପ୍ରାଇଭେଟ୍ ଇଭେଣ୍ଟରେ ନିର୍ବନ୍ଧ ସରିଛି। ତେବେ ଅର୍ଜୁନ ଓ ସାନିଆଙ୍କ ନିର୍ବନ୍ଧ ପରେ ଦୁଇ ପ୍ରଭାବଶାଳୀ ପରିବାର ମଧ୍ୟରେ ସମ୍ପର୍କ ଯୋଡ଼ି ହୋଇଛି। ଏନେଇ ସଚ୍ଚିନଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। 

ଅଗଷ୍ଟ ୧୩ ତାରିଖରେ ଲୁଚି ଲୁଚି ନିର୍ବନ୍ଧ କରିଛନ୍ତି ଅର୍ଜୁନ। ତେବେ କିଏ ଏହି ସାନିଆ ଚାଣ୍ଡୋକ ? ଯିଏ ହେବେ ସଚ୍ଚିନ ଓ ଅଞ୍ଜଳି ତେନ୍ଦୁଲକରଙ୍କ ଏକମାତ୍ର ପୁତ୍ରବଧୂ। ମୁମ୍ଵାଇର ଜଣାଶୁଣା ବ୍ୟବସାୟୀ ରବି ଘଈଙ୍କ ନାତୁଣୀ ହେଉଛନ୍ତି ସାନିଆ ଚାଣ୍ଡୋକ। ଅରବପତି ପରିବାରର ଝିଅ ହୋଇଥିଲେ ସୁଦ୍ଧା ନିଜ ରାସ୍ତା ନିଜେ ତିଆରି କରିଛନ୍ତି ସାନିଆ। ସେ ନିଜେ ଜଣେ ବିଜନେସ୍ ୱିମେନ୍। ସେ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ଗ୍ରାଜୁଏସନ ଶେଷ କରିଛନ୍ତି। ମୁମ୍ଵାଇର ଏକ ପ୍ରିମିୟମ୍ ପେଟ୍ ସାଲନ୍, ସ୍ପା ଓ ଷ୍ଟୋର ଖୋଲିଛନ୍ତି। ସେ ସୋସିଆଲ ମିଡିଆରେ ନିଜର ଆକାଉଣ୍ଟକୁ ବ୍ୟକ୍ତିଗତ ରଖନ୍ତି। 

ଦୀର୍ଘ ଦିନ ହେଲା ଷ୍ଟ୍ରଗଲ୍ କରୁଥିବା ଅର୍ଜୁନଙ୍କୁ କ୍ରିକେଟ୍ କ୍ୟାରିଅର୍‌ରେ ସଫଳତା ମିଳିନି। ସଚ୍ଚିନ ଯେଉଁ ଶିଖର ଛୁଇଁଛନ୍ତି ଅର୍ଜୁନ ସେପର୍ଯ୍ୟନ୍ତ ପହଞ୍ଚିବାକୁ ସଙ୍ଘର୍ଷ ଜାରି ରଖିଛନ୍ତି। ଅର୍ଜୁନ ଘରୋଇ କ୍ରିକେଟରେ ଗୋଆ ଓ ଆଇପିଏଲ୍‌ରେ ମୁମ୍ଵାଇ ଇଣ୍ଡିଆନ୍ସ ତରଫରୁ ଖେଳନ୍ତି। ସେ ଜଣେ ବାମହାତୀ ଦ୍ରୁତ ବୋଲର ଅଲରାଉଣ୍ଡର। ସେ ବାମ ହାତରେ ବଡ଼ ସଟ୍ ମାରିବାରେ ମାହିର। ତେବେ ସାନିଆଙ୍କ ବିଜନେସ୍ ଆଇଡିଆ ଓ ଅର୍ଜୁନଙ୍କ କ୍ରିକେଟ୍ ପ୍ରତି ତପସ୍ୟା ଯୋଗୁଁ ଦୁହିଁଙ୍କୁ ଏକ ପାୱାର କପୁଲ୍ ଭାବେ ଗଢି ତୋଳିବ ବୋଲି ଫ୍ୟାନ୍ସ କହୁଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.