ମୁମ୍ବାଇ,୨୬/୨ : ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅର୍ଜୁନଙ୍କ ପ୍ରି-ଓ୍ବେଡିଂ ଆରମ୍ଭ ହୋଇସାରିଛି ଏବଂ ପରିବାରରେ ଉତ୍ସବର ମାହୋଲ ଅଛି । ତାଙ୍କ ବିବାହ ସାନିୟା ଚାନ୍ଦୋକଙ୍କ ସହ ୫ମାର୍ଚ୍ଚ ୨୦୨୬ରେ ହେବାରେ ଅଛି ।

ନିକଟରେ ଆଇପିଏଲ୍ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନ ଏବଂ ସାନିୟାଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଯେଉଁଥିରେ ଉଭୟ ସାଥିରେ ନଜର ଆସୁଛନ୍ତି । ଭିଡ଼ିଓରେ ସଚିନ ତେନ୍ଦୁଲକର ନିଜ ପୁଅ ଲାଗି ଭାବ ବିହ୍ବଳ ବାର୍ତ୍ତା ବି ଦେଇଛନ୍ତି । ସେ କହିଛନ୍ତି କି ଯେତେବେଳେ ପୁଅ ଘରକୁ କୌଣସି ଜଣେ ଯୁବତୀଙ୍କୁ ଭେଟାଇବାକୁ ଆଣୁଛନ୍ତି ତ ବୁଝିଯିବା ଆବଶ୍ୟକ କି ସେ ଏବେ ବଡ଼ ହୋଇଯାଇଛି । ସଚିନ ଏହା ବି କହିଛନ୍ତି କି ସେମାନେ ଜଣେ ଅନ୍ୟ ଜଣଙ୍କୁ ବହୁତ ଭଲ ପାଉଛନ୍ତି । ଅର୍ଜୁନଙ୍କ ଉପରେ ଗର୍ବ ଲାଗୁଛି କି ସେ ନିଜ ଲାଗି ଏକ ଖାସ୍ ସାଥୀ ବାଛିଛନ୍ତି ।

ଅର୍ଜୁନ ଏବଂ ସାନିୟାଙ୍କ ନିର୍ବନ୍ଧ ଅଗଷ୍ଟ ୨୦୨୫ରେ ହୋଇଥିଲା । ସାନିୟା ଚାନ୍ଦୋକ ଏକ ସଫଳ ଉଦ୍ୟମୀ ରହିଥିବାବେଳେ ଏବଂ ସେ ମୁମ୍ବାଇର ବ୍ୟବସାୟୀ ପରିବାରରୁ ଅଟନ୍ତି। କୁହାଯାଉଛି କି ବହୁ ସମୟରୁ ସେ ତେନ୍ଦୁଲକର ପରିବାରଙ୍କ ସହ ନିକଟତର ଅଛନ୍ତି ।