କଣ ରହିଛି ବାଂଲାଦେଶର ଉଦ୍ଦେଶ୍ୟ ? ଇସଲାମିକ୍ ଦେଶରୁ ବିପଜ୍ଜନକ ଡ୍ରୋନ୍ କିଣି ଭାରତ ସୀମାରେ କଲା ମୁତୟନ
Published By :
pradesh
- Prameya Bureau |
October 11, 2025 05:22 PM
ନୂଆଦିଲ୍ଲୀ : ବାଂଲାଦେଶର ପାକିସ୍ତାନୀ ସେନା ଓ ସରକାର ସହ ନିକଟତରତା ବୃଦ୍ଧି ମଧ୍ୟରେ ତୁର୍କୀ ସହ ମଧ୍ୟ ସଂପର୍କରେ ସୁଧାର ଆସିଛି। ଶେଖ୍ ହସିନାଙ୍କର କ୍ଷମତାଚ୍ୟୁତ ହେବା ପର ଠାରୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କର ଆଭିମୁଖ୍ୟ ଇସଲାମିକ ଦେଶ ପ୍ରତି ବନ୍ଧୁତାପୂର୍ଣ୍ଣ ରହିଛି। ଏବେ ଏହା ଇସଲାମିକ ଅଞ୍ଚଳ ତୁର୍କୀ ଠାରୁ ଟିବି-୨ ବେରକ୍ତାର ଡ୍ରୋନ୍ସ କିଣିଛି ଏବଂ ଏଗୁଡ଼ିକୁ ଭାରତୀୟ ସୀମାକୁ ଲାଗି ଅଞ୍ଚଳରେ ମୁତୟନ କରିଛି। ଏହି ଡ୍ରୋନ୍ ବହୁ ସମୟ ଧରି ଆକାଶରେ ଉଡ଼ାଣ ଭରିବାରେ ସକ୍ଷମ। ଏହି ଜେନେରେସନର ଡ୍ରୋନ୍ ପାକିସ୍ତାନ ମଧ୍ୟ ତୁର୍କୀ ଠାରୁ କିଣିଛି। ପାକିସ୍ତାନର ତୁର୍କୀ ସହ ବହୁ ଦିନରୁ ଭଲ ସଂପର୍କ ରହିଛି। କାଶ୍ମୀର ମାମଲାରେ ମଧ୍ୟ ଅନେକଥର ପାକିସ୍ତାନର ସପକ୍ଷରେ ତୁର୍କୀ ଆପତ୍ତିଜନକ ଟିପ୍ପଣୀ ସଂଯୁକ୍ତ ରାଷ୍ଟ୍ରର ମଞ୍ଚରୁ କରି ଥିଲା।
ଏବେ ବାଂଲାଦେଶ ମଧ୍ୟ ତାକୁ ନିଜ ସହ ନେଇଛି ଏବଂ ଅସ୍ତ୍ରଶସ୍ତ୍ରର କ୍ରୟ ଭାରତ ସୀମାରେ ମୁତୟନ କରିଛି। ଭାରତୀୟ ସୁରକ୍ଷା ବାହିନୀ ଏହି ଡ୍ରୋନ୍ ଗୁଡ଼ିକୁ ନିରୀକ୍ଷଣ କରୁଛି। ପ୍ରତିରକ୍ଷା ସୂତ୍ରାନୁସାରେ , ଗତ କିଛି ଦିନରେ ଏହି ଡ୍ରୋନ୍ସ ସୀମାରେ ଉଡ଼ାଣ ଭରିଛି। ଏବେସୁଦ୍ଧା ଏହି ଡ୍ରୋନ୍ ବାଂଲାଦେଶର ସୀମାରେ ହିଁ ଉଡ଼ିବାର ଦେଖିବାକୁ ମିଳିଛି। ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ ଭାରତୀୟ ସୁରକ୍ଷା ବାହିନୀ ସୀମାରେ ରାଡାର ଲଗାଇ ଦେଇଛି, ଯାହାକି ଏମିତି ଉପକରଣର ନିରୀକ୍ଷଣ କରାଯାଇ ପାରିବ। ଅନେକ ଥର ବାଂଲାଦେଶର ଏହି ଡ୍ରୋନ୍ସ ୨୦ ଘଣ୍ଟା ସୁଦ୍ଧା ଆକାଶରେ ଉଡ଼ାଣ ଭରିଛି।

ଭାରତ ପାଇଁ ଚିନ୍ତାର କଥା ଏହା କି, ମହମ୍ମଦ ୟୁନୁସ୍ଙ୍କର ଅନ୍ତରୀଣ ସରକାର ଭାରତ ସହ ଲାଗି ଥିବା ସୀମା ଯାଏ ପାକିସ୍ତାନର ଅଧିକାରୀଙ୍କ ଗସ୍ତ କରାଇଛି। ଏଥିରେ ଆଇଏସଆଇ ସହ ଜଡ଼ିତ ଲୋକ ମଧ୍ୟ ସାମିଲ ଅଛନ୍ତି। ଏଥିରେ ଭାରତ ପାଇଁ ବାଂଲାଦେଶର ହରକତ ଚିନ୍ତାର ବିଷୟ ପାଲଟିଛି ଏବଂ ଏହା ଉପରେ ଅନୁଧ୍ୟାନର ଆବଶ୍ୟକତା ରହିଛି। ଏବେ ବାଂଲାଦେଶ ଯେଉଁ ଡ୍ରୋନ୍ କିଣିଛି, ତାହା ଏକ ମଧ୍ୟମ ଉଚ୍ଚତାର ଲମ୍ୱା ଅବଧି ଯାଏ ଉଡ଼ାଣ ଭରିବାରେ ସକ୍ଷମ ଡ୍ରୋନ୍। ଥରେ ଚାର୍ଜ ହେବା ପରେ ଏହି ଡ୍ରୋନ୍ ପାଖାପାଖି ୨୭ ଘଣ୍ଟା ଯାଏ ଲଗାତାର ଉଡ଼ି ପାରେ। ଖାଲି ଏତିକି ନୁହେଁ ପାଖାପାଖି ୮୨୩୦ ମିଟର ଯାଏ ଉଚ୍ଚତାରେ ଏହା ଉଡ଼ିପାରେ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଏହି ଡ୍ରୋନ୍ ଅନ୍ୟ ଦେଶର ଫାଇଟର ଜେଟ୍ସକୁ ଆକାଶରେ ହିଁ ଖସାଇ ପାରେ।

କହି ରଖୁଛି କି, ବାଂଲାଦେଶର ଆଭିମୁଖ୍ୟ ଉପରେ ବର୍ତ୍ତମାନ ସରକାରଙ୍କ ଠାରୁ ନେଇ ସେନା ଯାଏ , ସମସ୍ତଙ୍କର ନଜର ରହିଛି। ଗତ ଦିନରେ ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ କହିଥିଲେ କି, ଭାରତର ସୀମାକୁ ବାଂଲାଦେଶ ଦ୍ୱାରା ପାକିସ୍ତାନୀ ଅଧିକାରୀଙ୍କୁ ଆଣିବା ଚିନ୍ତାର କଥା। ତାଙ୍କର କହିବା କଥା ଯେ, ପାକିସ୍ତାନକୁ ଆମେ ଆତଙ୍କବାଦର କେନ୍ଦ୍ର ଭାବେ ଜାଣୁ । ଏବେ ଯଦି ତାଙ୍କ ଲୋକ ଆମର ସୀମା ଯାଏ ଆସିବେ ତ ଏହା ନିଶ୍ଚୟ ଚିନ୍ତାଜନକ କଥା ହେବ।