ନୂଆଦିଲ୍ଲୀ,୧୯।୯: ଭାରତୀୟ ସେନା ବିଭିନ୍ନ ପ୍ରକାର ଆଡଭାନ୍ସ ଏୟାର ଡିଫେନ୍ସ ରାଡାର ଏକାଠି କରିବାରେ ଲାଗିଛି। ଯେଉଁ ସ୍ଥାନରେ ବିପଦ ରହିଛି ତାକୁ ବିଭିନ୍ନ ଦିଗରେ ମୁତୟନ କରିବାର ପକ୍ରିୟା ଆରମ୍ଭ କରିସାରିଛି। ଏହି କ୍ଷେତ୍ର ପଶ୍ଚିମରୁ ନେଇ ଉତ୍ତର ସୀମା ପର୍ଯ୍ୟନ୍ତ ରହିଛି। ଏହି ସବୁ ଅପରେସନ୍ ସିନ୍ଦୁରର ପ୍ରାୟ ୪ ମାସ ପରେ ହେଉଛି। ଏହି ସମୟରେ ପାକିସ୍ତାନ ତୁର୍କୀରେ ତିଆରି ହୋଇଥିବା ଶସ୍ତା ଡ୍ରୋନ୍ ପଠାଇ ଭାରତୀୟ ବାୟୁସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଜମ୍ମୁ-କଶ୍ମୀରରୁ ନେଇ ରାଜସ୍ଥାନ ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଭାରତୀୟ ସେନା ସେତେବେଳେ ବି ଅନୁପ୍ରବେଶକାରୀଙ୍କ ଡ୍ରୋନକୁ ନଷ୍ଟ କରି ଦେଇଥିଲା। କିନ୍ତୁ ଏବେ ଭାରତୀୟ ସେନା ଭବିଷ୍ୟତର ସବୁ ବିପଦଠାରୁ ନିଜ ସୀମାକୁ ଦୃଢ ରଖିବାକୁ ଚେଷ୍ଟା କରୁଛି।
ଭାରତୀୟ ସେନା ଏୟାର ଡିଫେନ୍ସ ସିଷ୍ଟମ ପାଇଁ ଯେଉଁଭଳି ଅତ୍ୟାଧୁନିକ ରାଡାରର ଆବଶ୍ୟକତା କୁହାଯାଉଛି, ସେଥିରେ ମୁଖ୍ୟ ଭାବରେ ତିନୋଟି ରାଡାର ରହିଛି। ଏକ ରିପୋର୍ଟ ଅନୁସାରେ, ସେନା ୪୫ ଲୋ ଲେବଲ ଲାଇଟ୍ ଓ୍ବେଟ୍ ରାଡାର, ୪୮ ଏୟାର ଡିଫେନ୍ସ ଫାୟାର କନଟ୍ରୋଲ ରାଡାର ଡ୍ରୋନ୍ ଡିଟେକ୍ଟର ଓ ୧୦ ଲୋ ଲେବଲ ଲାଇଟ୍ ଓ୍ବେଟ୍ ରାଡାର କିଣିବା ନେଇ କହିଥିଲା। ଏୟାର ଡିଫେନ୍ସ ସେଭଳି ଛୋଟ ଓ ହାଲକା ଡ୍ରୋନ ଡିଟେକ୍ଟ ଓ ଟ୍ରାକ୍ କରିପାରିବ। ଯେପରି ପାକିସ୍ତାନ ପକ୍ଷରୁ ତୁର୍କୀ ମେଡ୍ ଡ୍ରୋନ୍ ମଇରେ ଭାରତକୁ ପଠାଯାଇଥିଲା।
ଭାରତୀୟ ସେନା ପାଖରେ ପୂର୍ବରୁ ଥିବା ରାଡାରଗୁଡ଼ିକ ପୁରୁଣା ହୋଇଗଲାଣି, ଏବଂ ଅପଗ୍ରେଡ୍ର ଆବଶ୍ୟକତା ଅନୁଭୂତ ହୋଇଛି। ଅପରେସନ୍ ସିନ୍ଦୂର ସମୟରେ ସ୍ଥିତି ଏହି ଆବଶ୍ୟକତାକୁ ବିଶେଷ ଭାବରେ ବୃଦ୍ଧି କରିଛି। ସେହି ସମୟରେ, ଶତ୍ରୁ କିଛି ସର୍ଭିଲାନ୍ସ ଓ ଆଟାକ୍ ଡ୍ରୋନ୍କୁ ବ୍ୟବହାର କରିଥିଲା। ଯଦିଓ ଭାରତୀୟ ସେନାର ଏୟାର ଡିଫେନ୍ସ ସିଷ୍ଟମ ସେଗୁଡ଼ିକୁ ନଷ୍ଟ କରିଦେଇଥିଲା, କିନ୍ତୁ ଶତ୍ରୁ ନିଶ୍ଚିତ ଭାବରେ ଉତ୍ତରରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଏକ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ସେନାର ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ ଭବିଷ୍ୟତରେ ଏପରି ଛୋଟ ବିପଦର ମୁକାବିଲା କରିବା ପାଇଁ ନିମ୍ନ ସ୍ତରର ହାଲୁକା ରାଡାର ଏବଂ ଏୟାର ଡିଫେନ୍ସ କନଟ୍ରୋଲ ରାଡାର-ଡ୍ରୋନ୍ ଡିଟେକ୍ଟର କିଣାଯାଉଛି। ସେନା ଯେଉଁ ରାଡାର କିଣିବାକୁ ଯାଉଛି, ଏହାର ବିଶେଷ୍ବତ ହେଲା ଏୟାରସ୍ପେସ୍କୁ ଦୃତ ଗତିରେ ସ୍କାନ୍ କରି ବିପଦକୁ ଚିହ୍ନଟ କରିପାରିବ। ଏହା ଦେଶ ପାଇଁ କେତେ ବଡ଼ ବିପଦ, ଏହା ଆଧାରରେ ତାର ପ୍ରାଧାନ୍ୟ ସ୍ଥିର କରାଯାଇପାରେ।