ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସକସେସ ଅନୁଷ୍ଠାନ ପକ୍ଷରୁ ଅର୍ଶ ଓ ମଳକଣ୍ଟକ ଚିକିତ୍ସା ଶିବିର

Published By : Suraj Kumar | December 12, 2024 9:28 PM

ପୁରୀ, ୧୨।୧୨ :  ପୁରୀ ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ତିନିଦିନିଆ ଅର୍ଶ ଓ ମଳକଣ୍ଟକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀର ଅଗ୍ରଣୀ ଅନୁଷ୍ଠାନ  ସକ୍ ସେସ ପକ୍ଷରୁ ଆୟୋଜିତ ଏହି ଚିକିତ୍ସା ଶିବିରରେ ଭାରତର ପ୍ରସିଦ୍ଧ ଅର୍ଶ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିଓ୍ୱାରୀ ଯୋଗ ଦେଇ ଶହ ଶହ ରୋଗୀଙ୍କର ଚିକିତ୍ସା କରିଛନ୍ତି। 

 ଅର୍ଶ ଓ ମଳକଣ୍ଟକ ରୋଗ ଯୋଗୁ ରୋଗୀ ମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ହସ୍ପିଟାଲକୁ ଯାଉଥିଲେ ମଧ୍ୟ ଏହି ରୋଗଟି ଭଲ ହେଉନାହିଁ। ତେବେ କୌଣସି ଅପରେସନ୍ କିମ୍ବା ମେଡ଼ିସିନ ନୁହେଁ ମାତ୍ର ଗୋଟିଏ ଇଞ୍ଜେକସନରେ ଭଲ ହେଉଛି ଅର୍ଶ ଓ ମଳକଣ୍ଟକ ରୋଗ। ପୁରୀର‌ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସକସେସ୍ ପକ୍ଷରୁ ଦୀର୍ଘ ୨୦ବର୍ଷ ପରେ ଚଳିତଥର ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଯାଇଛି ‌ତିନିଦିନିଆ ଚିକିତ୍ସା ଶିବିର। ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ଏହି ଚିକିତ୍ସା ଶିବିର ବର୍ଷକୁ ତିନିଥର ଆୟୋଜନ ହେଉଥିବା ବେଳେ ରୋଗୀଙ୍କ ଅନୁରୋଧ କ୍ରମେ ଏହା ଏବେ ବର୍ଷକୁ ଚାରିଥର କରାଯାଉଛି। ଭାରତର ପ୍ରସିଦ୍ଧ ଅର୍ଶ ରୋଗ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିଓ୍ୱାରୀ ଏହି ଶିବିରରେ ଯୋଗ ଦେଇ ଓଡ଼ିଶା ତଥା ଭାରତର ବିଭନ୍ନ ପ୍ରାନ୍ତରୁ ଆସିଥିବା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଅର୍ଶ ଓ ମଳକଣ୍ଟକ ରୋଗରେ ପୀଡ଼ିତ ଥିବା ରୋଗୀମାନେ ବେଶ୍ ଉତ୍କଣ୍ଠାର ସହିତ ଏହି ଶିବିରକୁ ଅପେକ୍ଷା କରିଥିବା ବେଳେ ତିନିଦିନ ଧରି ଆୟୋଜିତ ହୋଇଥିବା ଏହି ଶିବିରରେ ଶହ ଶହ ରୋଗୀ ସାମିଲ୍ ହୋଇ ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ସାମିଲ ହୋଇଛନ୍ତି। ଅନେକ ରୋଗୀ ଏହି ରୋଗରୁ ଉପଶମ ପାଉଥିବାରୁ ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। 

 ପୁରୀର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସକସେସ୍  ଆଜକୁ ଦୀର୍ଘ ୨୧ ବର୍ଷ ଧରି ଏହି ଚିକିତ୍ସା ଶିବିର ଆୟୋଜିତ କରିଆସୁଛି। ତେବେ ବଲାଙ୍ଗୀର, ମୟୁରଭଞ୍ଜ, କଳାହାଣ୍ଡି, କୋରାପୁଟ, ବାଲେଶ୍ଵର, ଖୋର୍ଦ୍ଧା, ଯାଜପୁର, ଭୁବନେଶ୍ୱର, କଟକ, କେନ୍ଦ୍ରାପଡା‌ ସହ ରାଜ୍ୟ ବାହାରରୁ ଅର୍ଥାତ୍ ଆନ୍ଧ୍ରପ୍ରଦେଶ, କଲିକତା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକରୁ ମଧ୍ୟ ଶହ ଶହ ରୋଗୀ ଏଠାରେ ସ୍ୱଳ୍ପ ଟଙ୍କାରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି। ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସକୁ ଡାକ୍ତର ଅରବିନ୍ଦ ତିୱାରୀ ବେଶ୍ ପ୍ରଶଂସା କରିଛନ୍ତି। ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଧାମ୍ ରେ ଆସି ଏଭଳି ସେବା କରିବାର ସୁଯୋଗ ମିଳିଥାଏ ବୋଲି ସେ କହିଛନ୍ତି।‌ ଏହି ରୋଗରେ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀ ମାନଙ୍କ ଚିକିତ୍ସା ସହ ଠିକ୍ ସମୟରେ ଖାଦ୍ୟ ଖାଇବା, ପେଟ କୁ ଖାଲି ନ ରଖିବା, ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ପିଇବା, ଆମିଷ ଓ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରରେ ରହିବା ସହ ଚିକିତ୍ସା ପରେ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କଲେ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଏ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର। 

ଅର୍ଶ ଓ ମଳକଣ୍ଟକ ରୋଗ ଯୋଗୁ ରୋଗୀ ମାନେ ଅନେକ କଷ୍ଟ ଭୋଗୁଛନ୍ତି। ତେବେ ଠିକ୍ ସମୟରେ ଖାଦ୍ୟ ନଖାଇବା, ତେଲ ଓ ମସଲା ଖାଦ୍ୟ ଅତ୍ୟଧିକ ପରିମାଣରେ ଖାଇବା ଏବଂ ଯଥେଷ୍ଟ ପରିମାଣରେ ପାନୀୟ ଜଳ ନ ପିଇବା ଦ୍ବାରା ଏହି ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସ ଯୋଗୁ ରାଜ୍ୟ ବାହାରୁ ଡାକ୍ତର ଅରବିନ୍ଦ ତିଓ୍ୱାରୀ ପୁରୀ ଆସି ମାତ୍ର ଗୋଟିଏ ଇଞ୍ଜେକସନରେ ଏହି ରୋଗର ଉପଶମ କରୁଥିବାରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନେ ଡ଼ାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.