ମୁମ୍ବାଇ, ୨୮/୧୨ : ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରିବାରେ ଲାଗିଛି ଫିଲ୍ମ ‘ଧୁରନ୍ଧର’ । ରଣବୀର ସିଂହଙ୍କ ଅଭିନୀତ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହେବା ସହ ହଜାରେ କୋଟିରୁ ଅଧିକ ଟଙ୍କାର ରୋଜଗାର କରିସାରିଲାଣି । ଭାରତର ନବମ ଏବଂ ବଲିଉଡର ଚତୁର୍ଥ ଫିଲ୍ମ ଭାବେ ଏହି କ୍ଲବରେ ସାମିଲ ହୋଇଛି ଧୁରନ୍ଧର । ତେବେ ରଣବୀର ସିଂହ ଫିଲ୍କ ନାୟକ ହୋଇଥିଲେ ସୁଦ୍ଧା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛନ୍ତି ଅକ୍ଷୟ ଖାନା । ତାଙ୍କ ଏଣ୍ଟ୍ରି ସାଙ୍ଗକୁ ଗୀତ ଏବଂ ଅଭିନୟ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫ୍ୟାନ୍ସଙ୍କଠାରୁ ଆରମ୍ଭ କରି ବଲିଉଡ ବହୁ ଆଗ ଧାଡ଼ିର କଳାକାରମାନେ ମଧ୍ୟ ଅକ୍ଷୟଙ୍କ ପ୍ରଂଶସାରେ ଶତମୁଖ ହୋଇଛନ୍ତି ।

ନିକଟରେ ବଲିଉଡ ଅଭିନେତ୍ରୀ ଅମି‌ଷା ପଟେଲ, ତାରା ଶର୍ମା, ଆ.ର ମାଧବନଙ୍କ ସମେତ ବହୁ କଳାକାର ତାଙ୍କର ପ୍ରଂଶସା କରିଛନ୍ତି । ଏହି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର ଜଣାଶୁଣା ଅଭିନେତା ଅର୍ଶଦ ।  କେବଳ ପ୍ରଂଶସା ନୁହେଁ ଅକ୍ଷୟଙ୍କ ବହୁ ଗୁମର କଥା ମଧ୍ୟ ଜଣାଇଛନ୍ତି ।  ସେ କେମିତି କି ମଣିଷ ? କଣ କରିବାକୁ ଭଲ ପାଆନ୍ତି ? ଏମିତି କି ଅଭିନୟକୁ ନେଇ ମଧ୍ୟ ଅନେକ କଥା କହିଛନ୍ତି । ନିକଟରେ ଅର୍ଶଦ ଏକ ସାକ୍ଷାତକାରରେ ଅକ୍ଷୟ ଖାନାଙ୍କ ସମ୍ପର୍କରେ ପଚରା ଯାଇଥିଲା । ଏହାର ଜବାବରେ ସେ କହିଥିଲେ କି, ଅକ୍ଷୟ ହେଉଛନ୍ତି ଜଣେ ଗମ୍ଭୀର ବ୍ୟକ୍ତି, ଏହାସହ ଜଣେ ଭଲ ଅଭିନେତା । ସେ ସବୁବେଳେ ନିଜ ଦୁନିଆରେ ରହିଥାନ୍ତି ।  କେବେ ମଧ୍ୟ କାହା କଥା ଚିନ୍ତା ନକରି ନିଜ କାମରେ ବ୍ୟସ୍ତ ରହିଥାନ୍ତି । ସବୁବେଳେ ସେ ନିଜ ଇଚ୍ଛା ଅନୁସାରେ ବଞ୍ଚିଥାନ୍ତି । କେବେ ତାଙ୍କର ପିଆର କିମ୍ବା ପ୍ରୋମୋସନର ଆବଶ୍ୟକ ନଥାଏ । ଏହାସହ ସେ ସୋସିଆଲ ମିଡିଆଠାରୁ ବହୁ ଦୂରରେ ରହିଥାନ୍ତି ।