ପ୍ରମୂଖ ଖବର
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ରଥଯାତ୍ରା ଅବସରରେ ଶିଳ୍ପୀ ଏଲ୍‌. ଈଶ୍ୱର ରାଓଙ୍କ ସୂକ୍ଷ୍ମକଳା, ପ୍ଲାଷ୍ଟିକ୍‌ ବୋତଲ ଭିତରେ ଚତୁର୍ଦ୍ଧାମୂର୍ତ୍ତି

Published By : Rasmita Pradhan | June 26, 2025 10:29 AM

ଭୁବନେଶ୍ୱର,୨୬/୬ : ରଥଯାତ୍ରା ପାଇଁ ସୂକ୍ଷ୍ମକଳାରେ ନୂଆ କାମ କରିଛନ୍ତି ଶିଳ୍ପୀ ଏଲ୍‌. ଈଶ୍ୱର ରାଓ । ଜଟଣୀ ଗୋପୀନାଥପୁର ହାଟବଜାରର ଈଶ୍ୱର ପ୍ରତି ବର୍ଷ ରଥଯାତ୍ରା ପାଇଁ କିଛି ନା କିଛି ସୂକ୍ଷ୍ମ କଳାକୃତି ପ୍ରସ୍ତୁତ କରିଥାନ୍ତି । ଚଳିତବର୍ଷ ୨୦୦ ଏମ୍‌ଏଲ୍‌ ପ୍ଲାଷ୍ଟିକ୍‌ ବୋତଲ ଭିତରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରିଛନ୍ତି। ଚକ୍‌ ଖଡ଼ିରେ ନିର୍ମିତ ମୂର୍ତ୍ତି ୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ରହିଛି। ମୂର୍ତ୍ତିଗୁଡ଼ିକୁ ବୋତଲ ଭିତରେ ପଥରରେ ପ୍ରସ୍ତୁତ ସିଂହାସନରେ ବସାଇଛନ୍ତି ଯାହାର ଉଚ୍ଚତା ସାଢ଼େ ୨ ଇଞ୍ଚ ଏବଂ ଚଉଡ଼ା ୨ ଇଞ୍ଚ । ଏହା ପଛପଟେ ପେପର୍‌ କ୍ରାଫ୍ଟରେ ୫ ଇଞ୍ଚର ରଥର ଉପରିଭାଗ ପ୍ରସ୍ତୁତ କରିଛନ୍ତି। ଏହି କାମ ପାଇଁ ତାଙ୍କୁ ୫ ଦିନ ସମୟ ଲାଗିଥିଲା । ଏହି କଳା ମାଧ୍ୟମରେ ଈଶ୍ୱର ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହ ଯେଉଁମାନେ ରଥଯାତ୍ରାରେ ପୁରୀ ଯାଉଛନ୍ତି ସେମାନେ ପ୍ଲାଷ୍ଟିକ୍‌ ବ୍ୟବହାର ନକରିବାକୁ ବିଶେଷ ଅନୁରୋଧ କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.