ଜଗତସିଂହପୁର, ୨୧।୭ : ଜଗତସିଂହପୁର ଜିଲା କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୁପାନନ୍ଦ କଲେଜରେ ଗଣିତ ଅଧ୍ୟାପକ ଜନୈକା ଯୁକ୍ତ ଦୁଇ ଛାତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅରୁପାନନ୍ଦ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଗଣିତ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।
ଜନୈକା ଯୁକ୍ତ ଦୁଇ ଛାତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାର ତଦନ୍ତ କରି ତିନି ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ଜଗତସିଂହପୁର ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ନିର୍ଦେଶ ଦିଆଯାଇଥିଲା । ନିର୍ଦେଶ ପାଇବା ପରେ ଜିଲାପାଳ କଲେଜର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ । ପରେ ଜିଲ୍ଲାପାଳ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।