ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କ ଗେମ୍ ପ୍ଲାନ୍, ଦିଲ୍ଲୀର ବୟସ୍କଙ୍କ ପାଇଁ କଲେ ବଡ଼ ଘୋଷଣା...

Published By : Ladu Kishor | November 25, 2024 5:03 PM

ନୂଆଦିଲ୍ଲୀ: ଆଉ କିଛି ଦିନ ଭିତରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆଉ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଖେଳ ଖେଳିଛନ୍ତି। କେଜ୍ରିୱାଲ ଦିଲ୍ଲୀର ବୟସ୍କ ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀର ୮୦ ହଜାର ନୂତନ ବୟସ୍କ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଜନିତ ଭତ୍ତାରେ ସାମିଲ କରାଯିବ । କେଜ୍ରିୱାଲ କହିଛନ୍ତି ଯେ, ବର୍ତ୍ତମାନ ଦିଲ୍ଲୀର ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୁନଃ ଆରମ୍ଭ ହେବ।

ସୋମବାର ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି ବୟସ୍କ ମାନଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ସରକାର ୮୦ ହଜାର ନୂତନ ବୟସ୍କ ଲୋକଙ୍କୁ ପେନସନ ବା ଭତ୍ତା ଦେବାକୁ ଯାଉଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ବର୍ତ୍ତମାନ ୫ ଲକ୍ଷ ୩୦ ହଜାର ବୟସ୍କଙ୍କୁ ଦିଲ୍ଲୀରେ ପେନସନ ମିଳିବ।

ବର୍ତ୍ତମାନ ଏଠାରେ ୬୦ ରୁ ୬୯ ବର୍ଷ ବୟସର ବୟସ୍କଙ୍କୁ ମାସକୁ ୨ହଜାର ଟଙ୍କା ଦିଆଯାଉଛି । ଏହା ବ୍ୟତୀତ ୭୦ ରୁ ଅଧିକ ବୟସ୍କ ଲୋକଙ୍କୁ ମାସକୁ ୨୫୦୦ ଟଙ୍କା ଦିଆଯାଉଛି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଏହି ନିଷ୍ପତ୍ତି ମଧ୍ୟ କ୍ୟାବିନେଟ ଦ୍ୱାରା ପାରିତ ହୋଇଛି। ଏହାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ତେବେ ପେନସନ ପାଇଁ ୧୦ ହଜାର ନୂଆ ଆବେଦନ ମଧ୍ୟ ଆସିଛି।

ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି "ଯେଉଁଠାରେ ଏକ ଡବଲ ଇଞ୍ଜିନ ସରକାର ଅଛି, ବୟସ୍କ ମାନେ କମ୍ ପେନସନ ପାଆନ୍ତି, ଏବଂ ଯେଉଁଠାରେ ଗୋଟିଏ ଇଜିନ ସରକାର ଅଛି, ସେଠାରେ ୨୫ଶହ ପେନସନ ପାଇଥାନ୍ତି । ତେଣୁ ଗୋଟିଏ ଇଞ୍ଜିନ ସରକାର ବାଛନ୍ତୁ ଏବଂ ଡବଲ ଇଞ୍ଜିନ୍ ନୁହେଁ । କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଜେଲକୁ ଯାଇଥିଲେ, ବୃଦ୍ଧ ମାନଙ୍କ ପେନସନ୍ ବନ୍ଦ ହୋଇଗଲା ଏବଂ ଏହା ଏକ ପାପ । ତେବେ ଜେଲରୁ ବାହାରିବା ପରେ ସେ ପୁଣି ପେନସନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.