ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପ୍ରଧାନମନ୍ତ୍ରୀ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ୍ ନୁହେଁ; କେଜ୍ରିୱାଲ

Published By : Anindita Ratha | October 30, 2024 2:53 PM

ନୂଆଦିଲ୍ଲୀ,୩୦/୧୦: ଆୟୁଷ୍ମାନ ଭାରତ ଯୋଜନାକୁ ନେଇ  ତେଜୁଛି ରାଜନୀତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦିଲ୍ଲୀରେ କାର୍ଯ୍ୟକାରୀ ନହେବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାଲୋଚନା ପରେ ଉତ୍ତର ରଖିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ କରିବାରୁ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ଏବଂ ବେଙ୍ଗଲ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହାପରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ ନୁହେଁ ବୋଲି କହିଛନ୍ତି । 

ତେବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନିଜ 'ଏକ୍ସ' ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ରାଜନୀତି କରିବା ଉଚିତ ନୁହେଁ। ଦିଲ୍ଲୀ ସରକାରଙ୍କ ଯୋଜନା ଅନୁଯାୟୀ ଦିଲ୍ଲୀରେ ରହୁଥିବା ପ୍ରତ୍ୟେକ ନାଗରିକ ମାଗଣାରେ ଚିକିତ୍ସିତ ହେଉଛନ୍ତି। ଯେତେ ଖର୍ଚ୍ଚ ହେଉନା କାହିଁକି, ସମଗ୍ର ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରୁଛନ୍ତି। ପାଞ୍ଚ ଟଙ୍କାର ବଟିକା ହେଉ କିମ୍ବା କୋଟିଏ ଟଙ୍କା ମୂଲ୍ୟର ଚିକିତ୍ସା, ଦିଲ୍ଲୀ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଉଛନ୍ତି। ଯଦି ଆପଣ କହିବେ, ମୁଁ ଆପଣଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ତାଲିକା ପଠାଇବି, ଯେଉଁମାନେ ଏହାର ଫାଇଦା ପାଉଛନ୍ତି। ଏହାପରେ ନିଜ 'ଏକ୍ସ' ପୋଷ୍ଟରେ କେଜ୍ରିୱାଲ ପ୍ରଶ୍ନ ଉଠାଇ ଲେଖିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଲୋକମାନେ ଉପକୃତ ହୋଇଛନ୍ତି କି? ଏହି ଯୋଜନାରେ ଅନେକ ଅନିୟମିତତା ହୋଇଥିବା CAGକୁ ତଥ୍ୟ ମିଳିଛି। ଆଜି ପର୍ଯ୍ୟନ୍ତ ଯେଉଁ ସବୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହୋଇଛି, ସେ ସବୁ ରାଜ୍ୟରେ ମୁଁ ଜଣେ ବି ଏପରି ବ୍ୟକ୍ତିଙ୍କୁ ଭେଟି ନାହିଁ, ଯିଏ ଏହି ଯୋଜନାରେ ଅଧୀନରେ ଚିକିତ୍ସିତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଦିଲ୍ଲୀ ମଡେଲ ଅଧ୍ୟୟନ କରନ୍ତୁ ଏବଂ ଆୟୁଷ୍ମାନ ଭାରତ ଯୋଜନା ବଦଳରେ ସମଗ୍ର ଦେଶରେ ଦିଲ୍ଲୀ ମଡେଲକୁ କାର୍ଯ୍ୟକାରୀ କରନ୍ତୁ। ଯାହାଦ୍ୱାରା ଲୋକମାନେ ତୃଣମୂଳ ସ୍ତରରୁ ଉପକୃତ ହୋଇପାରିବେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.