ନୂଆଦିଲ୍ଲୀ : ଥଣ୍ଡାରେ ନିଜର ମଫଲର ବ୍ୟବହାର କରି ଚର୍ଚ୍ଚାରେ ରହିଥିବା, ଆମ୍‌ ଆଦମୀ ପାର୍ଟିର ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଜ୍ୟାକେଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଗତ କିଛି ଦିନ ହେବ ସେ ଏକ ସବୁଜ ରଙ୍ଗର ଜ୍ୟାକେଟ୍‌ ପିନ୍ଧି ଥିବାର ନଜର ଆସୁଛନ୍ତି, ଯାହାକୁ ନେଇ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରବେଶ ଶର୍ମା ବଡ଼ ଦାବି କରିଛନ୍ତି। ନିଜକୁ ଆମ୍‌ ଆଦମୀ ଭାବେ ଦର୍ଶାଉ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କଡ଼ା ଟିପ୍ପଣୀ ଦେଇ ପ୍ରବେଶ ବର୍ମା କହିଛନ୍ତି କି, ଏହି ଜ୍ୟାକେଟ୍‌ର ମୂଲ୍ୟ ୨୫ ହଜାର ଟଙ୍କା। ଏବେ ନିଜେ ଅରବିନ୍ଦ କେଜ୍ରିୱାଲ ଏହାକୁ ନେଇ ସଫେଇ ଦେଇଛନ୍ତି। 

ଅରବିନ୍ଦ କେଜ୍ରିୱାଲ ଏକ ଟିଭି ଇଣ୍ଟରଭ୍ୟୁରେ ଜ୍ୟାକେଟ୍‌କୁ ନେଇ ପ୍ରଶ୍ନ ଉପରେ କହିଛନ୍ତି, ସେହି ଜ୍ୟାକେଟ୍‌ଟି ଚାନ୍ଦିନୀ ଚୌକରେ ଅଢେଇ ହଜାରରେ ମିଳେ। ଆଜିକାଲି ମୁଁ ଦେଖୁଛି କି, ବିଜେପି ନିର୍ବାଚନ ଏହି କଥା ଉପରେ ଲଢୁଛି କି ,କେଜ୍ରିୱାଲଙ୍କର ଜ୍ୟାକେଟ୍‌ ୨୫ ହଜାର ଟଙ୍କାର। କେଜ୍ରିୱାଲଙ୍କ ଜୋତା ଏମିତି । ସେହି ଜ୍ୟାକେଟ୍‌ ଯାହାକୁ ମୁଁ ପିନ୍ଧୁଛି , ଏହି ଲୋକଙ୍କୁ ଚାନ୍ଦନୀ ଚୌକରୁ ଅଢେଇ ହଜାରରେ ଦେଇ ପାରିବି।

କେଜ୍ରିୱାଲ କହିଛନ୍ତି କି, ନିର୍ବାଚନ ଇସ୍ୟୁଜ୍‌କୁ ନେଇ ଲଢିବା ଉଚିତ୍‌। ଲୋକଙ୍କୁ ଏହି କଥାରେ କୌଣସି ମୂଲ୍ୟ ନାହିଁ କି , କେଜ୍ରିୱାଲଙ୍କ ଜ୍ୟାକେଟ୍‌ କେତେ ଟଙ୍କାର , ସାର୍ଟ କେତେ ଟଙ୍କାର , ପ୍ୟାଣ୍ଟ କେତେ ଟଙ୍କାର । ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଲୋକେ କହୁଛନ୍ତି କି , ଆମର ଘରର ଖର୍ଚ୍ଚ ପାଇଁ ଅର୍ଥ ନାହିଁ , ଆମର ପିଲା ବେରୋଜଗାର, ଦିଲ୍ଲୀର ଇନଫ୍ରାଷ୍ଟ୍ରକଚର କରିବାର ଅଛି। ଏଥିରେ ଆପଣଙ୍କର କଣ ଭିଜନ ରହିଛି। ଆପଣ ୧୦ ବର୍ଷରେ କଣ କରିଛନ୍ତି। 

କେଜ୍ରିୱାଲଙ୍କୁ ଟାର୍ଗେଟ କରି ପ୍ରବେଶ ବର୍ମା ଏକ୍ସରେ ଲେଖିଛନ୍ତି , ମଫଲରକୁ ଯମୁନାରେ ଭସାଇ ଦେଲେ , ଏବେ ସାର୍ ଜୀ ୨୫,୦୦୦ଟଙ୍କାର ଜ୍ୟାକେଟ୍‌ ପିନ୍ଧୁଛନ୍ତି।ସେ କେଜ୍ରିୱାଲଙ୍କ ଫଟୋ ସହ GANT  ବ୍ରାଣ୍ଡର ଜ୍ୟାକେଟ୍‌ର ଅନଲାଇନ୍‌ ଦାମ୍‌ ମଧ୍ୟ ଦେଖାଇଛନ୍ତି। ବିଜେପିର ଅନେକ ନେତା ଓ ସମର୍ଥକମାନେ ମଧ୍ୟ ଏହାକୁ ସେୟାର କରିଛନ୍ତି। 

ଉଲ୍ଲେଖନୀୟ ଯେ, ରାଜନୀତିକୁ ଆସିବା ପୂର୍ବରୁ ଆଇଆରଏସ୍‌ ଅଧିକାରୀ ଥିବା ଅରବିନ୍ଦ କେଜ୍ରିୱାଲ ନିଜକୁ ଜଣେ ଆମ୍‌ ଆଦମୀ ଭାବେ ଦର୍ଶାଇ ଥାନ୍ତି। ସେ ଅନେକ ସମୟରେ ସାଧାରଣ ପୋଷାକରେ ରୁହନ୍ତି , ଯାହାର ଖୁବ୍‌ ଚର୍ଚ୍ଚା ହେଉଛି।