ନୂଆଦିଲ୍ଲୀ,୧୪/୧୨ : ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଲେ ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲ । ରାଜଧାନୀ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆଲୋଚନା ନେଇ ଅମିତ ଶାହାଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି କେଜ୍ରିୱାଲ ।
ତେବେ କେଜ୍ରିୱାଲ ଚିଠିରେ ଲେଖିଛନ୍ତି ଯେ, ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କେନ୍ଦ ସରକାରଙ୍କ ଅଧିନରେ । ହେଲେ ଦିଲ୍ଲୀ ବର୍ତ୍ତମାନ ଅପରାଧଙ୍କ ରାଜଧାନୀ ଭାବରେ ଜଣାଶୁଣା। ଭାରତରେ ୧୯ ମେଟ୍ରୋ ସହର ମଧ୍ୟରୁ ଦିଲ୍ଲୀ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଏକ ନମ୍ବରରେ ରହିଛି। ଏଥିସହ ହତ୍ୟା ମାମଲାରେ ମଧ୍ୟ ଦିଲ୍ଲୀ ଏକ ନମ୍ବରରେ ରହିଛି। ସେହିପରି ରାଜଧାନୀର ଏୟାରପୋର୍ଟ ଓ ସ୍କୁଲ ବି ବର୍ତ୍ତମାନ ସୁରକ୍ଷିତ ନୁହେଁ। କାରଣ କ୍ରମାଗତ ଭାବରେ ସେହି ସବୁ ସ୍ଥାନକୁ ବୋମା ଧମକ ମିଳୁଛି। ଆପ୍ ନେତା ଗତ ୭ ତାରିଖରେ ମଧ୍ୟ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଥିଲା। କେଜ୍ରିଓ୍ବାଲ କହିଥିଲେ ଯେ, ବିଜେପି ଏବେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ସମ୍ଭାଳିବା ସ୍ଥିତିରେ ନାହିଁ। ସେ ଆହୁରି ମଧ୍ୟ ଚିଠିରେ ଲେଖିଥିଲେ ଯେ, ଅମିତ ଶାହ ଦିଲ୍ଲୀକୁ ବର୍ବାଦ କରିଦେଇଛନ୍ତି । ବିଜେପି ଦ୍ବାରା ଦିଲ୍ଲୀ ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବା କଷ୍ଟକର ହୋଇପଡ଼ିଛି। ପ୍ରକାଶ ଥାଉକି, ଦିଲ୍ଲୀର ବିଧାନସଭା ନିର୍ବାଚ଼ନ ୨୦୨୫ ଆରମ୍ଭରୁ ହୋଇପାରେ । ୨୦୨୦ ବିଧାନସଭା ନିର୍ବାଚ଼ନରେ ଆପ୍ ନେତା ୭୦ ରୁ ୬୨ଟି ସିଟ୍ ଜିତିଥିଲେ ଆଉ ବିଜେପି ୮ ଟି ସିଟ୍ ଜିତିଥିଲା ।