ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଦିଲ୍ଲୀରେ ଅଟୋ ଚାଳକଙ୍କର ହେବ ବୀମା, ପିଲାଙ୍କର କୋଚିଂ ଫିସ୍ ଭରିବେ ସରକାର : କେଜ୍ରିୱାଲଙ୍କ ଘୋଷଣା

Published By : Prameya | December 10, 2024 4:55 PM

ନୂଆଦିଲ୍ଲୀ : ଦିଲ୍ଲୀରେ ଅଟୋ ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ମଙ୍ଗଳବାର ଅଟୋ ଚାଳକଙ୍କ ପାଇଁ ପ୍ରଥମ ବଡ଼ ଗ୍ୟାରେଣ୍ଟିର ଘୋଷଣା କରିଛନ୍ତି। ସେ କହିଛନ୍ତି କି, ଦିଲ୍ଲୀରେ ଅଟୋ ଚାଳକଙ୍କ ଦୁର୍ଘଟଣା ବୀମା କରାଯିବ। ଦିଲ୍ଲୀ ସରକାର ଅଟୋଚାଳକ ପିଲାଙ୍କର କୋଚିଂର ଖର୍ଚ୍ଚ ମଧ୍ୟ ବହନ କରିବେ। ଅଟୋ ଚାଳକଙ୍କ ଝିଅଙ୍କର ବାହାଘରରେ ୧ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରାଯିବ। ଖାଲି ଏତିକି ନୁହେଁ ପୋଷାକ ପାଇଁ ବର୍ଷରେ ୧୨ଥର ଅଟୋ ଚାଳକଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଟ୍ରାନ୍ସଫର କରାଯିବ। 

ଅଟୋ ଚାଳକଙ୍କ ପାଇଁ ୫ ବଡ଼ ଘୋଷଣା -

୧- ଦିଲ୍ଲୀରେ ଅଟୋ ଚାଳକଙ୍କ ଇନ୍ସୁରାନ୍ସ ହେବ।

୨-ଅଟୋ ଚାଳକଙ୍କ ୧୦ ଲକ୍ଷ ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ ଇନ୍ୟୁରାନ୍ସ ହେବ।

୩- ଅଟୋ ଚାଳକଙ୍କ ଝିଅର ବାହାଘରରେ ୧ଲକ୍ଷ ଟଙ୍କାର ସାହାଯ୍ୟ ଦିଆଯିବ। 

୪- ଅଟୋ ଚାଳକଙ୍କ ପୋଷାକ ପାଇଁ ବର୍ଷକୁ ୨ଥର ୨୫୦୦ଟଙ୍କା ଆକାଉଣ୍ଟକୁ ଯିବ।

୫- ଅଟୋ ଚାଳକଙ୍କ ପିଲାଙ୍କର କୋଚିଂ ଖର୍ଚ୍ଚ ସରକାର ଉଠାଇବେ। 

ଆମ୍‌ ଆଦମୀ ପାର୍ଟି ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଅଟୋ ଚାଳକଙ୍କ ପାଇଁ କରାଯାଇ ଥିବା ଘୋଷଣାର ସୂଚନା ଏକ୍ସରେ ସେୟାର କରିଛି। ଆପ୍‌ କହିଛି - କେଜ୍ରିୱାଲଙ୍କର ପ୍ରଥମ ଗ୍ୟାରେଣ୍ଟି , ଦିଲ୍ଲୀରେ ପୁଣି ଆମ୍‌ ଆଦମୀ ପାର୍ଟିର ସରକାର ଆସିବା ନେଇ ଅଟୋ ଚାଳକ ଭାଇଙ୍କ ପାଇଁ ଅରବିନ୍ଦ କେଜ୍ରିୱାଲ ଜୀଙ୍କର ୫ ବଡ଼ ଗ୍ୟାରେଣ୍ଟି ...ଅଟୋ ଚାଳକଙ୍କର ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଓ ୫ ଲକ୍ଷ ଟଙ୍କାର ଆକ୍ସିଡେଣ୍ଟାଲ ଇନ୍ସୁରାନ୍ସ କରାଯିବ। 

ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, ଆଜି ମୁଁ ଦିଲ୍ଲୀରେ ଅଟୋ ଚାଳକଙ୍କ ପାଇଁ ୫ଟି ବଡ଼ ଘୋଷଣା କରୁଛି। ଆମର ଫେବ୍ରୁଆରୀରେ ଯଦି ଆଉଥରେ ସରକାର ଆସିବ ତ ଏହି ୫ଟି ଘୋଷଣା ଲାଗୁ କରାଯିବ। ଅଟୋ ଚାଳକମାନେ ବହୁତ ଗରିବ ଶ୍ରେଣୀର , ଯେବେ ସେମାନେ ଝିଅର ବାହାଘର କରିଥାନ୍ତି ତ ସେତେବେଳେ ତାଙ୍କୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଆମ ସରକାର ଗଠନ ପରେ ଅଟୋ ଚାଳକଙ୍କୁ ସେମାନଙ୍କ ଝିଅର ବାହଘର ପାଇଁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.