ଭୁବନେଶ୍ବର,୨୨/୧ : ବିଜେଡିରୁ ନିଲମ୍ବିତ ହେବା ପରେ ପ୍ରେସମିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ସେ କହିଛନ୍ତି କି, ମୁଁ ଆଶ୍ଚର୍ଯ୍ୟ, ଜାନୁଆରୀ ୧୫ ସଂନ୍ଧ୍ୟାରେ ନିଳମ୍ବନ ହେଲି ଆଉ କାରଣ ଦର୍ଶାଗଲା ଦଳ ବିରୋଧୀ କାର୍ଯ୍ୟ । ତାପରେ କୁହାଗଲା କି ବିଶ୍ୱାସଘାତକ କରିଛି । ଏହାପରେ କହିଲେ କି, ମିଡ ଡେ ଅପରେଶନ କରିଥିଲି । କିନ୍ତୁ କାଲି କୁହାଗଲା ପାଟକୁରାବାସୀଙ୍କୁ ହଇରାଣ କରୁଥିଲି ।

ଏହାସହ ଆହୁରି ପଢ଼ନ୍ତୁ : ଅରବିନ୍ଦଙ୍କ ନିଲମ୍ବନ: ମୁହଁ ଖୋଲିଲେ ନବୀନ

ଏହାସହ ଅରବିନ୍ଦ କହିଛନ୍ତି କି, ଅଭିଯୋଗ ଏତିକି ନା ଆଉ ଅଛି । ପାଟକୁରାବାସୀଙ୍କ ସମର୍ଥନ ମୋ ସହିତ ଅଛି । ନବୀନ ବାବୁଙ୍କୁ ଏ ତଥ୍ୟ କିଏ ଦେଉଛି? କେଉଁ କେଉଁ ବିଧାୟକଙ୍କୁ ନେଇ ଗ୍ରୁପିଜିମ୍ କରିଥିଲି ତାହା କୁହନ୍ତୁ । ମୋ ଘଟଣାରେ ବିଜୟ ମହାପାତ୍ରଙ୍କୁ ଟଣା ନଯାଉ । ରାଜ୍ୟସଭା ପ୍ରାର୍ଥୀ ପାଇଁ ତାଙ୍କୁ ନେଇ ମୁଁ କେବେ ଯୋଜନା କରିନାହିଁ । ଏହା ମିଛ କଥା। ନବୀନ ବାବୁ ଙ୍କୁ ଗତ ସେସନ ଡିସେମ୍ବରରେ ଭେଟିଥିଲି। ନବୀନ ବାବୁ ମତେ ପଚାରିଥିଲେ ଯେ, how is your father? ସେତେବେଳେ କାହିଁକି ନବୀନ ବାବୁ ମତେ କହିଲେନି। ଆଉ ମୁଁ କେବେ ମଧ୍ୟ ଭୋଜି ଭାତକୁ ଯାଏନି । ମୁଁ ଏମଏଲଏ ଲାଡ ଠିକ୍ ଭାବେ ଖର୍ଚ୍ଚ କରିଛି । ସାମ୍ନାସାମ୍ନି ଆସି କ୍ୟାମେରା ଆଗରେ ଆଲୋଚନା କରିବାକୁ ମୁଁ ଆହ୍ଵାନ ଦେଉଛି । ଡେରାବିଶ ମହୋତ୍ସବକୁ ଆଳି, ରାଜନଗର ବିଧାୟକ ବି ଆସିଥିଲେ । ଜିଲ୍ଲା ନେତାଙ୍କ ସହିତ ମୋର ଭଲ ସମ୍ପର୍କ ରହିଛି । ନବୀନବାବୁ ବାହାରକୁ ଆସି କହିବା ପରେ ଆଉ ଭେଟିବାର ଆବଶ୍ୟକତା ନାହିଁ ।

ଆହୁରି ପଢ଼ନ୍ତୁ : କୌଣସି ଦଳ ବିରୋଧୀ କାମ କରିନି : ଅରବିନ୍ଦ

ଅତନୁଙ୍କୁ ଅରବିନ୍ଦଙ୍କ ଟାର୍ଗେଟ

ସାଧାରଣ ନିର୍ବାଚନରେ ବିଜେଡି ସାଂସଦ ପ୍ରାର୍ଥୀଙ୍କ ଭୋଟ୍ ମହାକାଳପଡ଼ାରେ ହୋଇଛି । ୪୦ ହଜାର ଭୋଟ୍ କମିଥିବାବେଳେ ଷଡ଼ଯନ୍ତ୍ର କିଏ କରିଥିଲା । ଅଂଶୁମାନ ମହାନ୍ତିଙ୍କ ସହ ପାରିବାରିକ ସମ୍ପର୍କ, ସେ ମୋ ବନ୍ଧୁ । ଯେଉଁମାନେ କାଲି ପାଟକୁାର ବାସିନ୍ଦା ଭାବେ ଯାଇଥିଲେ ସେମାନେ ନିର୍ବାଚନ ସମୟରେ ମୋତେ ବିରୋଧ କରିଥିଲେ । ମାତ୍ର କିଛିଜଣଙ୍କୁ ଛାଡ଼ିଦେଲେ ସମସ୍ତେ ଷଡ଼ଯନ୍ତ୍ର କରିଥିଲେ । ମୋ ବିରୋଧରେ ଏବେ ଷଡ଼ଯନ୍ତ୍ର ହୋଇଥାଏ ପାରେ ସେଥିପାଇଁ ପ୍ରତିକ୍ରିୟା ବଦଳୁଛି । ପାଟକୁରାବାସୀ ନିଷ୍ପତ୍ତି ନେବେ ମୋତେ ଭର୍ତ୍ତି କରାଇଦେବେ କି ନାହିଁ । ପାଟକୁରାବାସୀ ନିଷ୍ପତ୍ତି ନେବେ କାହାକୁ ମୁଖିଆ ଚୟନ କରିବେ । ନବୀନବାବୁଙ୍କ ତରଫରୁ ପ୍ରଥମେ ମୋତେ ବିଧାୟକ ପ୍ରାର୍ଥୀ ହେବାକୁ କୁହାଯାଇଥିଲା । ପାଟକୁରାରେ ପିସି କାରବାର ମୁଁ ବନ୍ଦ କରି ଦେଇଛି । ଏଭଳି ଭାବେ ଟାର୍ଗେଟ କରିଥିଲେ ଅରବିନ୍ଦ ।