ମୁମ୍ୱାଇ – ମୁମ୍ୱା ଦେବୀ ସିଟ୍ରୁ ଶିବସେନା ସିନ୍ଦେଙ୍କର ପ୍ରାର୍ଥୀ ଶାଇନା ଏନସିଙ୍କୁ ‘ଇମ୍ପୋର୍ଟେଡ୍ ମାଲ୍’ କହିବାକୁ ନେଇ ମାହୋଲ ସରଗରମ। ଏହାପରେ ଶିବସେନା ୟୁବିଟିର ଅରବିନ୍ଦ ସାୱନ୍ତ ନିଜର ବୟାନକୁ ନେଇ କ୍ଷମା ମାଗିଛନ୍ତି। ସେ କ୍ଷମା ମାଗିବା ପରେ ଶାଇନା ଏନସିଙ୍କ ବୟାନ ସାମନାକୁ ଆସିଛି। ଶାଇନା କହିଛନ୍ତି କି, ତାଙ୍କ ପାଖରେ ବସି ଥିବା ଅମିନ ପଟେଲ ହସୁ ଥିଲେ। ସେ କଣ ନିଜ ଭଉଣୀ ଓ କମ୍ୟୁନିଟିର ସବୁ ଭଉଣୀଙ୍କ ପାଇଁ ମଧ୍ୟ ଏମିତି କରିବେ।
ଶାଇନା କହିଛନ୍ତି କି, ୩ ପିଢି ଧରି ମୋ ପରିବାର ଦକ୍ଷିଣ ମୁମ୍ୱାଇ ପାଇଁ କାମ କରୁଛନ୍ତି। ସଞ୍ଜୟ ରାଉତଙ୍କୁ ଏହି ବୟାନରେ କୌଣସି ଅସୁବିଧା ହୋଇ ନାହିଁ। ୩୦ ଘଣ୍ଟା ପରେ କ୍ଷମା ମଗା ଯାଉଛି। ସଞ୍ଜୟ ରାଉତ ଏହାକୁ ଠିକ୍ କହୁଛନ୍ତି ଏବଂ ଅରବିନ୍ଦ ସାୱନ୍ତ କ୍ଷମା ଦେଉଛନ୍ତି। ସେ କହିଛନ୍ତି , ମୁଁ ପଚାରିବାକୁ ଚାହୁଁଛି କି, ମହା ବିନାଶ ଅଘାଡିର କଣ ଆଭିମୁଖ୍ୟ। ଆପଣ ଜଣେ ମହିଳାଙ୍କୁ ଟାର୍ଗେଟ୍ କରୁଛନ୍ତି। ଆପଣ ୩୦ ଘଣ୍ଟା ପରେ ନାଗପାଡା ପୋଲିସ୍ ଦ୍ୱାରା ଏଫଆଇଆର ରୁଜୁ କରିବା ପରେ କ୍ଷମା ମାଗୁଛନ୍ତି। ମୁଁ ୨୦୧୪ ଓ ୨୦୧୯ରେ ତାଙ୍କ ପାଇଁ ପ୍ରଚାର କରିଥିଲି, ସେହି ସମୟରେ ମୁଁ ଗର୍ଲ ସିଷ୍ଟର ଥିଲି ଏବଂ ଏବେ ହୋଇଗଲି ମୁଁ ମାଲ୍ ?

ଶିବସେନା ସିନ୍ଦେଙ୍କର ପ୍ରାର୍ଥୀ ଶାଇନା ଏନସି କହିଛନ୍ତି ଯେ, ମୁମ୍ୱାଦେବୀ ନିର୍ବାଚନ କ୍ଷେତ୍ରର ୧୫ହଜାର ମୁସଲିମ୍ ମହିଳାଙ୍କୁ ଗର୍ଲ ସିଷ୍ଟର ସ୍କିମ୍ର ଲାଭ ମିଳିଛି। ମାଁ ମୁମ୍ୱାଦେବୀଙ୍କ ଝିଅ ଲଢିବ ଏବଂ ଜିତିବ। ଏ ସେହି ସଞ୍ଜୟ ରାଉତ , ଯିଏ ଦୁଇ ଘଣ୍ଟାରେ ମିଡ଼ିଆକୁ ବାଇଟ୍ ଦିଅନ୍ତି , କିନ୍ତୁ ମହିଳାଙ୍କ ଉପରେ ତାଙ୍କର ଆଭିମୁଖ୍ୟକୁ ଦେଖନ୍ତୁ। ମୁଁ ଏନଭିଏର ଅଫିସିଆଲି ଆଭିମୁଖ୍ୟକୁ ଜାଣିବାକୁ ଚାହୁଁଛି। ଅମିଲ ପଟେଲ ହସୁ ଥିଲେ। ଯଦି ମୁଁ ତାଙ୍କର କମ୍ୟୁନିଟିରୁ ହୋଇ ଥାନ୍ତି ତ ସେ କଣ ସେତେବେଳେ ମଧ୍ୟ ହସି ଥାନ୍ତେ ? ଶାଇନା ଏନସି କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ ଲୋକେ କାହିଁକି ଚୁପ୍ ? ମାଁ ମୁମ୍ୱାଦେବୀଙ୍କର ଆଶୀର୍ବାଦ ଅଛି , ମୁଁ ତାଙ୍କର ଝିଅ ଓ ନିଶ୍ଚୟ ଜିତିବି।
ଶିବସେନା (ୟୁବିଟି) ନେତା ଅରବିନ୍ଦ ସାୱନ୍ତଙ୍କର ଟିପ୍ପଣୀରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ସାୱନ୍ତୱାଡିରୁ ଶିବସେନା ପ୍ରାର୍ଥୀ ଦୀପକ କେସରକର କହିଛନ୍ତି, ଏମିତି ଟିପ୍ପଣୀ ବହୁତ ଖରାପ। ଆମ ସଂସ୍କୃତିର ବିରୋଧ । ମହିଳାଙ୍କର ସମ୍ମାନ କରିବା ଭାରତୀୟ ସଂସ୍କୃତିର ପାର୍ଟ। ଯଦି ବାଲାସାହେବ ଠାକରେ ଏଠାରେ ଥାନ୍ତେ ତ ସେ ଅରବିନ୍ଦ ସାୱନ୍ତଙ୍କୁ ନିଶ୍ଚୟ ତାଗିଦ କରିଥାନ୍ତେ।