ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଧଳା ମାର୍ବଲରେ ତିଆରି ଏକାଧିକ କୋଠା, ସହରରେ ରହିଛି ନର୍କକୁ ଦ୍ୱାର...

Published By : Swapna Ray | November 16, 2024 5:22 PM

ନୂଆଦିଲ୍ଲୀ, ୧୬।୧୧: ବିଶ୍ୱରେ ଏଭଳି ଅନେକ ଆକର୍ଷଣୀୟ ସ୍ଥାନ ରହିଛି, ଯାହା ନିଜ ବିଶେଷତା ବେଶ୍ ପାଇଁ ପ୍ରସିଦ୍ଧ । ପୃଥିବୀରେ ଏମିତି ଏକ ସହର ଅଛି, ଯେଉଁଠି ସବୁ କୋଠାର ରଙ୍ଗ ଧଳା । ଏହି ଆକର୍ଷଣୀୟ ସହର ଦି ସିଟି ଅଫ୍ ହ୍ୱାଇଟ୍ ମାର୍ବଲ୍ ବା ଧଳା ମାର୍ବଲର ସହର ନାଁରେ ବିଶ୍ୱ ପ୍ରସିଦ୍ଧ । ତୁର୍କମେନିସ୍ତାନର ରାଜଧାନୀରେ ରହିଛି ଏହି ମାର୍ବଲ ସହର ଆସଗାବାତ୍ । ଏହି ସହର ସମ୍ପର୍କରେ ଆସନ୍ତୁ ଜାଣିବା କିଛି ତଥ୍ୟ । ଏହି ସହରରେ ରହିଛି ଧଳା ରଙ୍ଗର ମାର୍ବଲରେ ତିଆରି ଏକାଧିକ କୋଠା । କେବଳ କୋଠା ନୁହେଁ, ଷ୍ଟାଚ୍ୟୁ ବା ପ୍ରତିମୂର୍ତ୍ତିଗୁଡ଼ିକ ମଧ୍ୟ ଏକ ଧଳା ରଙ୍ଗର ଗ୍ରାଣ୍ଡଓଜ୍ ମାର୍ବଲରେ ନିର୍ମିତ । ସହରଟିର ଆକର୍ଷଣ ବୃଦ୍ଧି କରେ ଏଠାରେ ଲଗାଯାଇଥିବା ଗଛ । ଅଧିକାଂଶ ସ୍ଥାନରେ ଧାଡ଼ି ଧାଡ଼ି ହୋଇ ଲାଗିଥିବା ଗଛ ସାଙ୍ଗକୁ ଅନେକ ସ୍ଥାନରେ ସୁସଜ୍ଜିତ ମନଲୋଭା ଫାଉଣ୍ଡେସନ୍‌ ସବୁ ଦେଖିବାକୁ ଖୁବ୍ ସୁନ୍ଦର । 

ଏହି ସହର ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ସହରର ପ୍ରାୟ ୭୦ ପ୍ରତିଶତ ସ୍ଥାନ ମରୁଭୂମିରେ ଆଚ୍ଛାଦିତ, ସେଥିପାଇଁ ଏଠାକୁ ଖୁବ୍ କମ୍ ଲୋକ । ତେଣୁ ଏହି ସହରକୁ ବାର୍ଷିକ ହାରାହାରି ୧୫ ହଜାର ଲୋକ ବୁଲିବାକୁ ଆସିଥାନ୍ତି । ଯେଉଁଥିପାଇଁ ଏହାକୁ ସିଟି ଅଫ୍ ଡେଥ୍ ବୋଲି ବି କୁହାଯାଏ । ଏଠାରେ ପ୍ରଚୁର ପରିମାଣରେ ଖରଭୁଜ ମିଳେ । ଖରଭୁଜକୁ ସ୍ଥାନୀୟ ଲୋକେ ମେଇନ୍ ବୋଲି କୁହନ୍ତି । ଏହି ଖରଭୁଜ ବହୁତ ମିଠା ହେବା ସହ ସେଠାକାର ଅଧିବାସୀମାନଙ୍କର ପ୍ରିୟ ଖାଦ୍ୟ । ସେଥିପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ଦ୍ୱିତାୟ ରବିବାର ସଭିଏଁ ମେଲନ୍ ଖାଇବା ସହ ଏହି ଦିନକୁ ମେଲନ୍ ଦିବସ ରୂପେ ପାଳନ କରନ୍ତି । ଏହି ଦିନଟି ସେଠାରେ ଜାତୀୟ ଛୁଟି ଭାବେ ପାଳନ ହୁଏ । ଏହି ମରୁଭୂମିରେ ଥିବା ତାରଭାଜ୍ ଗେଟ୍ କାଟରକୁ ଡୋର୍ ଟୁ ହେଲ୍ ବା ନର୍କକୁ ଦ୍ୱାର ବୋଲି କୁହାଯାଏ । କାରଣ ମରୁଭୂମିରେ ଥିବା ଏହି ସ୍ଥାନଟି ହେଉଛି ବିଶ୍ୱର ସବୁଠାରୁ ବୃହତ୍ତମ ସ୍ଥାନ ଯାହା ପ୍ରାକୃତିକ ଗ୍ୟାସ୍ ଦ୍ୱାରା ଆଚ୍ଛାଦିତ । କିଛି ସମୟରେ ଏହି ସ୍ଥାନଟି ପ୍ରାକୃତିକ କାରଣରୁ ଜଳୁଥିବାର ଦେଖାଯାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.