ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଇତିହାସର ପୃଷ୍ଠାରେ ଅମର ହୋଇଗଲେ ଏଶଲେ ଗାର୍ଡ଼ନର, WACAରେ ଏଭଳି କଲେ

Published By : Prameya | December 12, 2024 4:53 PM

ନୂଆଦିଲ୍ଲୀ,୧୨/୧୨ :  ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ ମହିଳା ଟିମକୁ ଓ୍ବାନଡେ ସିରିଜରେ ଆୟୋଜକ ଟିମ୍ ହାତରୁ ୩-୦ରେ ପରାଜୟର ସାମ୍ନାକୁ କରିବାକୁ ପଡ଼ିଛି । ପ୍ରିତିଷ୍ଠିତ ସିରିଜର ଶେଷ ମ୍ୟାଚ୍ ୧୧ଡିସେମ୍ବରରେ WACAରେ ଖେଳାଯାଇଛି। ଯେଉଁଠାରେ ଅଷ୍ଟ୍ରେଲିଆ ମହିଳା ଟିମ୍ ୮୩ରନର ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି । ମ୍ୟାଚର ହିରୋ ମଧ୍ୟକ୍ରମର ଅଲରାଉଣ୍ଡର ଖେଳାଳୀ ଏନାବେଲ ସଦରଲ୍ୟଣ୍ଡ ରହିଛନ୍ତି । ସେ ପ୍ରଥମେ ବ୍ୟାଟିଂ ସମୟରେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ୯୫ବଲରେ ୧୧୦ରନର ପାଳି ଖେଳିଥିଲେ । ଏହାପରେ ବୋଲିଂ ସମୟରେ ସେ ୯ଓଭରରେ ପ୍ରାୟ ୩୪ରନ୍ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ଯାହା ପାଇଁ ତାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍ ଭାବେ ଚୟନ କରାଯାଇଥିଲା ।

ଓ୍ବାନଡେ ମ୍ୟାଚରେ ଏନବେଲ ସଦରଲ୍ୟାଣ୍ଡଙ୍କ ଜଲଓ୍ବା ଦେଖିବାକୁ ମିଳିଛି । କିନ୍ତୁ ୨୭ବର୍ଷିୟ ଏଶଲେ ଗାର୍ଡ଼ନରଙ୍କ ଯେତିକି ତାରିଫ୍ କରାଯିବ ସେତିକି କମ୍ ପଡ଼ିବ । ମ୍ୟାଚ୍ ସମୟରେ ସେ ୧୦ ଓଭର ବୋଲିଂ କରି ୩.୦୦ପ୍ରତିଶତରେ ପ୍ରାୟ ୩୦ରନ୍ ଦେଇ ୫ଓ୍ବିକେଟ ନେବାରେ ସଫଳ ରହିଛନ୍ତି। ଯାହା ଫଳରେ ଅଷ୍ଟ୍ରେଲିଆ ମହିଳା ଟିମ୍ ୮୩ରନର ବଡ଼ ବ୍ୟବଧାନରେ ଏକ ତରଫା ବିଜୟ ହାସଲ କରିବାରେ ସଫଳ ରହିଛନ୍ତି।   ମ୍ୟାଚ୍ ସମୟରେ ସେ ଦୁଇ ଖାସ୍ ଉପଲବ୍ଧି ବି ହାସଲ କରିଛନ୍ତି । 

ଏଶଲେ ଗାର୍ଡ଼ନର ଓ୍ବାନଡେ ଫର୍ମାଟରେ ଭାରତୀୟ ମହିଳା ଟିମ୍ ବିପକ୍ଷରେ ୫ଓ୍ବିକେଟ ନେବାରେ ବିଶ୍ବର ତୃତୀୟ ସ୍ପିନର ହୋଇଯାଇଛନ୍ତି । ତାଙ୍କ ପୂର୍ବରୁ ଏହି ଖାସ୍ ଉପଲବ୍ଧି କେବଳ ଜ୍ୟାକି ଲର୍ଡ ଏବଂ ଅନୀସା ମହମ୍ମଦ ହାସଲ କରିଥଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.