ବାଲେଶ୍ୱର,୨୫/୯: କାର୍ଯ୍ୟରେ ଅବହେଳା ପାଇଁ ବୁଧବାର ଜଣେ  ଏଏସ୍‌ଆଇ, ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଏଏସ୍‌ଆଇ  ହେଲେ ନୀଳକଣ୍ଠ ପୃଷ୍ଟି ଏବଂ ୨ କନଷ୍ଟେବଳ ହେଲେ ପରୀକ୍ଷିତ ନାୟକ,  ନରସିଂହ ମହପାତ୍ର । ବାଲେଶ୍ୱର ଏସ୍‌ପି ପ୍ରତ୍ୟୁଷ ଦିୱାକର ସେମାନଙ୍କୁ ନିଲମ୍ବିତ  କରିଛନ୍ତି । ନିଲମ୍ବିତ ୩ ଜଣ ବଳରାମଗଡ଼ି ସାମୁଦ୍ରୀକ ଥାନାରେ କାର୍ଯ୍ୟରତ  ଥିଲେ । ସେମାନଙ୍କ ନାମରେ ପୂର୍ବରୁ କାର୍ଯ୍ୟରେ ଅବହେଳା ଅଭିଯୋଗ  ଆସିଥିଲା । ଏହାର ତଦନ୍ତ କରି ଏସ୍‌ପି ଶ୍ରୀ ଦିୱାକର ଏହି ନିଷ୍ପତ୍ତି ନେଇଛନ୍ତି ।