ଭୁବନେଶ୍ବର,୧୩।୧୧ : ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ । ବାଲିଅନ୍ତା ଥାନା ଏଏସ୍ଆଇ ସୋମନାଥ ପଲେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଏକ ପାରିବାରିକ ମାମଲାରେ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ।

ବାଲିଅନ୍ତା ଥାନାରେ ଏକ ପାରିବାରିକ ବିବାଦ ସମ୍ପର୍କତ ଅଭିଯୋଗ ହୋଇଥିଲା। ଏହି ମାମଲାର ଏ.ଏସ.ଆଇ. ସୋମନାଥ ପଲେଇ ତଦନ୍ତକାରୀ ଅଧିକାରୀ ଥିଲେ । ଅଭିଯୋଗକାରୀଙ୍କୁ ମାମଲାରେ ସାହାଯ୍ୟ କରିବାକୁ ପଲେଇ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନ ଦେଲେ ମାମଲାରେ ଛନ୍ଦି ଦେବାକୁ ପୋଲିସ ବାବୁ ଧମକ ଦେଇଥିଲେ । ଘଟଣାକୁ ନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୋମନାଥ ପଲେଇଙ୍କୁ ଭିଜିଲାନ୍ସ ଟିମ୍ ମାଡି ବସିଥିଲା।