ପ୍ରମୂଖ ଖବର
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସେପ୍ଟେମ୍ବର ୧୦ରୁ ଏସିଆ କପ୍‌ କ୍ରିକେଟ୍‌ ! ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ ରହିବାକୁ ନେଇ ଦ୍ୱନ୍ଦ୍ୱ

Published By : Ankita S | June 30, 2025 11:40 AM

ନୂଆଦିଲ୍ଲୀ,୩୦/୦୬: ଗତ ଏପ୍ରିଲରେ ଜମ୍ମୁ କାଶ୍ମୀରରେ ହୋଇଥିବା ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ନୀରିହ ଜୀବନ ଯାଇଥିଲା । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିଥିଲା । ଏହା ପରେ ଆସନ୍ତା ଏସିଆ କପ୍‌ରେ ଖେଳାଯିବାକୁ ନେଇ ଅନିଶ୍ଚିନ୍ତତା ଦେଖିବାକୁ ମିଳିଥିଲା । ବଡ଼ କଥା ହେଉଛି ଭାରତ ଆୟୋଜକ ହେଲେ ପାକିସ୍ତାନ ଏସିଆ କପ୍ ଖେଳିବ ନା ନାହିଁ ଦ୍ବନ୍ଦ୍ୱ ଉପୁଜିଥିଲା । ଏବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୧୦ରୁ ଏସିଆ କପ୍ କ୍ରିକେଟ୍ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ୟୁଏଇ ହୋଇପାରେ । ହେଲେ ପାକିସ୍ତାନ ଓ ଭାରତ ଗୋଟିଏ ଗ୍ରୁପରେ ରହିବେ ନାହିଁ ତାହା ମଧ୍ୟ ଦ୍ବନ୍ଦ୍ୱ ରହିଛି ।

ଗତ ଏପ୍ରିଲ ମାସରେ ପାକିସ୍ତାନ ଦ୍ୱାରା ପ୍ରୋତ୍ସାହିତ ଆତଙ୍କବାଦୀମାନେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରି ନରସଂହାର ରଚିଥିଲେ । ଭାରତ ଏହାର କଡ଼ା ଜବାବ ଦେଇ ଆତଙ୍କବାଦୀ ଶିବିରରେ ମିସାଇଲ ମାଡ଼ କରିଥିଲା । ଯେଉଁ ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହି କାରଣରୁ ଆଗାମୀ ଏସିଆ କପ୍‌ କ୍ରିକେଟ୍‌ ଖେଳାଯିବା ନେଇ ଅନିଶ୍ଚିତତା ଦେଖାଦେଇଛି । କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ସେପ୍ଟେମ୍ବର ମାସ ୧୦ ତାରିଖରୁ ଏସିଆ କପ୍‌ ଖେଳାଯିବା ନେଇ ପ୍ରସ୍ତୁତି ଚାଲିଛି । ଜୁଲାଇ ପ୍ରଥମ ସପ୍ତାହରେ ଏସିଆନ କ୍ରିକେଟ୍‌ କାଉନସିଲ (ଏସିସି) ପକ୍ଷରୁ କ୍ରୀଡ଼ାସୂଚୀ ଘୋଷଣା ହେବ ।

ଅଧିକ ପଢନ୍ତୁ...ଆକ୍ସନ ମୋଡରେ ଆଇସିସି! ଖୁବ୍‌ଶୀଘ୍ର ଏହି ଦେଶର କ୍ରିକେଟ ବୋର୍ଡକୁ କରିପାରେ ବ୍ୟାନ୍‌, ଜାଣନ୍ତୁ ପୂରା ଘଟଣା କ’ଣ ?

ୟୁଏଇ ଏହି ସଂସ୍କରଣ ଆୟୋଜନ ନେଇ ଆଗ୍ରହୀ ରହିଛି । ଭାରତ ଓ ପାକିସ୍ତାନ ସମେତ ମୋଟ୍‌ ୬ଟି ଦଳ ଭାଗ ନେବେ । ଦଳ ଗୁଡ଼ିକ ହେଲେ ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ୟୁଏଇ, ଭାରତ ଓ ପାକିସ୍ତାନ । ସବୁ ଥର ପରି ଏଥର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଗୋଟିଏ ଗ୍ରୁପ୍‌ରେ ରହିବେ କି ନାହିଁ ତାହା ଜଣା ନାହିଁ । କିନ୍ତୁ ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଥିବାରୁ ଏଥର ଏସିଆ କପ୍‌ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଖେଳାଯିବ । ଭାରତ ଏଥର ସଂସ୍କରଣ ଆୟୋଜନ କରିଥାନ୍ତା । ମାତ୍ର ବର୍ତ୍ତମାନ ସ୍ଥିତିରେ ହୁଏତ ଆଉ ବିସିସିଆଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସହମତି ପ୍ରକାଶ କରି ନପାରେ । ସେଥିପାଇଁ ୟୁଏଇ ଆୟୋଜକ ଦୌଡ଼ରେ ଆଗରେ ରହିଛି ।

ଏସିସିର ପୂର୍ବ ନିଷ୍ପତ୍ତି ଅନୁସାରେ, ଯଦି ଭାରତ କିମ୍ବା ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରନ୍ତି, ତେବେ ହାଇବ୍ରିଡ୍‌ ମଡେଲରେ ଖେଳାଯିବ । କାରଣ ଭାରତ ଆୟୋଜନ କଲେ ପାକିସ୍ତାନ ଆସିବ ନାହିଁ କିମ୍ବା ପାକିସ୍ତାନ ଆୟୋଜନ କଲେ ଭାରତ ଯିବ ନାହିଁ । ତେଣୁ ଦୁଇ ଦଳ ନିରପେକ୍ଷ ଭେନ୍ୟୁରେ ସମସ୍ତ ମ୍ୟାଚ୍‌ ଖେଳିବେ । ଗତ ଆଇସିସି ଚାମ୍ପିଅନ୍ସ ଟ୍ରଫି ମଧ୍ୟ ସମାନ ନିୟମରେ ଖେଳାଯାଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.