ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଶ୍ରୀଭୂମି ହେଲା କରିମଗଞ୍ଜ , ସ୍ବାଧୀନତା ପରେ କିଛି ଦିନ ଉଡିଥିଲା ପାକିସ୍ତାନ ପତାକା

Published By : Ankita S | November 20, 2024 9:28 AM

ଗୌହାଟୀ,୨୦/୧୧: ସ୍ବାଧୀନତା ପରେ କିଛି ଦିନ ଯାଏ ପାକିସ୍ତାନ ପତାକା ଉଡିଥିବା ଦେଖିବାକୁ ମିଳିଥିଲା । ଏବେ ସେହି ସ୍ଥାନକୁ ନେଇ କିଛି ବଡ ଘୋଷଣା କରିଛନ୍ତି ଆସାମ ସରକାର । ଆସାମରେ ଥିବା କରିମଗଞ୍ଜ ଜିଲ୍ଲାର ନାମ ବଦଳିଛି । କରିମଗଞ୍ଜର ନାଁ ବଦଳି ଶ୍ରୀଭୂମି ହୋଇଛି । ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା।

ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା କହିଛନ୍ତି, କରିମଗଞ୍ଜର ନାଁ ଶ୍ରୀଭୂମି ହୋଇଛି । ରବୀନ୍ଦନାଥ ଟାଗୋରଙ୍କୁ ସମ୍ମାନ ଜଣାଇ କରିମଗଞ୍ଜର ନାଁ ଶ୍ରୀଭୂମି କରାଯାଇଛି । କରିମଗଞ୍ଜର ଇତିହାସ ବ୍ରିଟିଶ ଶାସନକାଳ ସହ ଜଡିତ । ୧୦୦ ବର୍ଷ ପୂର୍ବରୁ କବିଗୁରୁ ରବୀନ୍ଦନାଥ ଟାଗୋର ଆସାମର ଆଧୁନିକ କରିମଗଞ୍ଜ ଜିଲ୍ଲାକୁ ଶ୍ରୀଭୂମି ମା ଲକ୍ଷ୍ମୀୀଙ୍କ ଭୂମି ରୂପରେ ବର୍ଣ୍ଣିତ କରିଥିଲେ । ଆସାମ କ୍ୟାବିନେଟ ଆମ ଲୋକଙ୍କୁ ବହୁ ଦିନରୁ ଥିବା ଦାବିକୁ ପୂରଣ କରିଛନ୍ତି । 

୧୮୭୮ରେ ଏହି ଜିଲ୍ଲା ସ୍ଥାପନା ହୋଇଥିଲା । ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ପରେ ପୂର୍ବ ପାକିସ୍ତାନ (ଏବେ ବାଂଲାଦେଶ)କୁ ହସ୍ତାନ୍ତର ହୋଇଥିଲା । ୧୯୮୩ ଜୁଲାଇ ୧ରେ କରିମଗଞ୍ଜକୁ ସ୍ବତନ୍ତ୍ର ଜିଲ୍ଲା ଭାବେ ଘୋଷଣା ହୋଇଥିଲା । ୨୦୧୧ ଜନଗଣନା ଅନୁସାରେ କରିମଗଞ୍ଜର ଜନସଂଖ୍ୟା ୧୨ ଲକ୍ଷରୁ ଅଧିକ ରହିଛି । କରିମଗଞ୍ଜର ନାମ ବଦଳି ଶ୍ରୀଭୂମି ହେବା ପରେ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ସ୍ବାଧୀନତା ପରେ କରିମଗଞ୍ଜର ୭୦୯ ବର୍ଗ କିମି ଅଞ୍ଚଳରେ ପାକିସ୍ତାନ ପତାକା ଉଡିଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.