ଗୋପାଳପୁର ୧୪।୭ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ  ସୋମବାର ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ ପହଞ୍ଚିଛନ୍ତି। କମିଟିର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀଙ୍କ ସମେତ  ବିଧାୟକ ଓ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର  ଗେଷ୍ଟ ହାଉସରେ ପହଞ୍ଚିଥିଲେ । କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, ଯୁଗ୍ମ କୁଳସଚିବ ଡ଼ଃ ବାବୁଜୀ ସାମଲ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ,ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀମାନେ କମିଟିର ସଦସ୍ୟମାନଙ୍କୁ ସ୍ଵାଗତ କରିଛନ୍ତି।