ପ୍ରମୂଖ ଖବର
  • ଭାପୁର : ବ୍ରିଜ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଆହତ
  • ||
  • ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା
  • ||
  • ଛତ୍ରପୁର : ହୁମା ନିକଟ ଜାତୀୟ ରାଜପଥ ଉପରେ ଲୁଟ୍‌ ଉଦ୍ୟମ, କାର୍‌ ଉପରକୁ ୮ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମୁମ୍ବାଇ ସିଟିକୁ ଭେଟିବ ଓଡ଼ିଶା ଏଫ୍‌ସି
  • ||
  • ରାଉରକେଲା ରେଳ ଷ୍ଟେସନରୁ ୫୮କେଜି ରୂପା ଜବତ, ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି
  • ||
  • ଟାଙ୍ଗୀ : ନିମ୍ୱ ଗଛରୁ ବୋହୁଛି କ୍ଷୀର, ଗଛକୁ ପୂଜା କରୁଛନ୍ତି ଲୋକେ
  • ||
  • ହାଇଦ୍ରାବାଦରେ ଅଲ୍ଲୁଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା, ମହିଳା ମୃତ,ଏକାଧିକ ଆହତ
  • ||
  • ମନି ଲଣ୍ଡରିଂ ମାମଲାରେ ଆଇଏସ ସଂଞ୍ଜୀବ ହଂସଙ୍କ ବଢିଲା ଅଡୁଆ, ୧୩ ସ୍ଥାନରେ ରେଡ଼୍
  • ||
  • ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା, ୩ ଅଭିଯୁକ୍ତ ଗିରଫ
  • ||
  • ଓୟୁଏଟି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ, ସନ୍ଧ୍ୟାରେ ଜୁଡିସିଆଲ କମ୍ପେ୍ଲକ୍ସର କରିବେ ଉଦ୍‌ଘାଟନ
  • ||
  • ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ
  • ||
  • ଭଦ୍ରକ : ବେକରେ ଛୁରୀ ଲଗାଇ ଲୁଟ୍‌ କଲେ ୬ ଦୁର୍ବୃତ୍ତ, ପରିବାରର ୪ ସଦସ୍ୟ ଆହତ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନବିସ; ଅଜିତ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ
  • ||
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

ସୋମବାର ସକାଳ ସାଢ଼େ ୧୦ଟାରେ ସର୍ବଦଳୀୟ ବୈଠକ,୨୬ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୨୫/୧୧: ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ଆରମ୍ଭ ହେବ । ଏହା ପୂର୍ବରୁ  ସୋମବାର ସକାଳ ସାଢ଼େ ୧୦ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ । ଗୃହ କାର୍ଯ୍ୟ କେମିତି ସୁଚାରୁ ଭାବେ ଚାଲିପାରିବ, ସେ ନେଇ ସବୁ ଦଳର ବିଧାୟକଙ୍କ ସହ ଆଲୋଚନା କରିବେ  ବାଚସ୍ପତି । ସମସ୍ତଙ୍କର ସହଯୋଗ ଲୋଡ଼ିବେ । ଆସନ୍ତା  ଅଧିବେଶନରେ ଗୃହର ସମସ୍ତ କାର୍ଯ୍ୟ ବିଧି ଅନୁସାରେ  ସମ୍ପାଦନ ହେବ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ।  

ସୋମବାର  ଦିନ ୧୧ଟା ବେଳେ ବିଧାନସଭା ସୁରକ୍ଷା ବ୍ୟବସ୍ଥା ପାଇଁ କି ପଦକ୍ଷେପ ନିଆଯାଇଛି ତାହାର ଯାଞ୍ଚ  କରିବେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର  ଖୁରାନିଆ । ଅଧିବେଶନ ଚାଲିଥିବା ବେଳେ ଭୁବନେଶ୍ୱରକୁ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଓ ତିନିଦିନିଆ ଡିଜିପି  ସମ୍ମିଳନୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି ।  ଏହି କାର୍ଯ୍ୟକ୍ରମ ଭିତରେ କିଭଳି ଗୃହର ସୁରକ୍ଷାକୁ ଠିକ  ଭାବେ ଧ୍ୟାନ ଦିଆଯିବ, ତାହା ଡିଜିପି ଅନୁଧ୍ୟାନ କରିବେ । 

ସୋମବାର ୧୧ଟା୪୫ରେ ବିଜେପିର ବିଧାୟକ ଦଳ  ବୈଠକ ଅନୁଷ୍ଠିତ ହେବ । ବିଜେପି ବିଧାୟକ ଦଳ ନେତା  ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି  ମନମୋହନ ସାମଲଙ୍କ ଉପସ୍ଥିତିରେ ବୈଠକ ହେବ ।  ବିରୋଧୀ ଦଳର ବିଭିନ୍ନ ପ୍ରଶ୍ନ ଓ ପ୍ରସଙ୍ଗକୁ ଦଳ କିଭଳି  ମୁକାବିଲା କରିବ, ସେ ନେଇ ରଣନୀତି ପ୍ରସ୍ତୁତ ହେବ । 

ଅପରାହ୍ଣ ୫ଟାରେ ଶଙ୍ଖ ଭବନରେ ବିଜେଡିର  ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବିଜେଡି  ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କୁ  କିଭଳି ବିଭିନ୍ନ ପ୍ରସଙ୍ଗରେ ଘେରାଯିବ, ସେ ନେଇ ଦଳ  ରଣନୀତି ପ୍ରସ୍ତୁତ କରିବ । ବିଶେଷ କରି ଆମ୍ୱଟାକୁଆ ଜାଉ  ଖାଇ ମୃତ୍ୟୁ, ରାୟଗଡ଼ା ଓ ଖପ୍ରାଖୋଲରେ ଶିଶୁ ବିକ୍ରି,  ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ  ଆଇନଶୃଙ୍ଖଳା, ବାତ୍ୟା ସମୟରେ ପରିଚାଳନାରେ ତ୍ରୁଟି  ପ୍ରମୁଖ ପ୍ରସଙ୍ଗ ଗୃହରେ ଉଠିବ ବୋଲି ସୂଚନା ମିଳିଛି । 

ସନ୍ଧ୍ୟାରେ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ  ହେବ ବୋଲି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ  ସୂଚନା ଦେଇଛନ୍ତି । ବୈଠକରେ ଉପନେତା ଅଶୋକ କୁମାର  ଦାସ, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ  ସମସ୍ତ ବିଧାୟକ ଯୋଗ ଦେବେ ବୋଲି ସୂଚନା ମିଳିଛି । ବିଧାନସଭା ଶୀତ ଅଧିବେଶନ ଆସନ୍ତା ଡିସେମ୍ୱର ୩୧ ପର୍ଯ୍ୟନ୍ତ ଚାଲିବ । ଏଥିରେ ୩୦ଟି କାର୍ଯ୍ୟ ଦିବସ ରହିଛି। ୨୬ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ  ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ହେବ ।

  • PrameyaOdia
  • prameya
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.