ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦୁର୍ଘଟଣାରେ ମୃତ ହୋମଗାର୍ଡଙ୍କ ପରିବାରକୁ ସହାୟତା

Published By : Suraj Kumar | May 1, 2025 10:38 PM

ଫୁଲବାଣୀ,୧/୫ ; କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଦାରିଙ୍ଗବାଡି ଥାନାର ହୋମଗାର୍ଡ ସ୍ବର୍ଗତ ପୀତବାସ ପ୍ରଧାନଙ୍କ ପରିବାରକୁ  ସହାୟତା ପ୍ରଦାନ କରାଯାଇଛି। ହୋମଗାର୍ଡ ଡିଏସପି. ସୁନୀଲ ଅରୁଣ କୁମାର ନାଏକ ମୃତକଙ୍କ ପତ୍ନୀ ମୀନା କୁମାରୀ ମାଝିଙ୍କୁ ଏହି ଚେକ ପ୍ରଦାନ କରିଛନ୍ତି।ଜିଲ୍ଲା ହୋମଗାର୍ଡ ଓ୍ବେଲଫେୟାର ଫଣ୍ଡରୁ ଏହି ସହାୟତା ଦିଆଯାଇଛି। ଏଥିରେ  ଜିଲ୍ଲାର ସମସ୍ତ ହୋମଗାର୍ଡ  ସେମାନଙ୍କ ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି। 

ସୂଚନାଯୋଗ୍ୟ, ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ ହୋମଗାର୍ଡ କର୍ମଚାରୀ ମାନଙ୍କ ପରିବାର ସଦସ୍ୟଙ୍କ ମଙ୍ଗଳ ଉଦ୍ଦେଶ୍ୟରେ କନ୍ଧମାଳ ଏସପିଙ୍କ ପ୍ରଚେଷ୍ଟାରେ ଏହି ଓ୍ବେଲଫେୟାର ଫଣ୍ଡ ଗଠନ କରାଯାଇଛି।ଏହି ପାଣ୍ଠିରୁ ଜିଲ୍ଲାର ପାଞ୍ଚଶହରୁ ଉର୍ଦ୍ଧ୍ବ ହୋମଗାର୍ଡଙ୍କ ପରିବାରଙ୍କୁ ଅକାଳ ବିୟୋଗ ଏବଂ ଅବସର ଗ୍ରହଣ ସମୟରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସହାୟତା ପ୍ରଦାନ ବେଳେ  ଆର୍ ଆଇ ବାଲୁଙ୍କେଶ୍ବର କଚ୍ଛପ,   ହୋମଗାର୍ଡ ସଂଘ   ସଭାପତି ପ୍ରଭାବ କୁମାର ସାହାଣୀ,ଉପ ସଭାପତି ବିରାଜ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ, କାର୍ଯ୍ୟକାରୀ ସଭାପତି, ଅକ୍ଷୟ କୁମାର ରାୟ, ଜୟନ୍ତୀ ଚୈଧୁରୀ, ସାଫରିନ ପ୍ରମୂଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.