ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଲେବାନନର ଏକ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୮ ରୋଗୀ ମୃତ…

Published By : Ladu Kishor | October 3, 2024 4:57 PM

ନୂଆଦିଲ୍ଲୀ: ଦକ୍ଷିଣ ତାଇୱାନର ଏକ ଡାକ୍ତରଖାନାରେ ଆଜି (ଗୁରୁବାର) ସକାଳେ ଏକ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । 'କ୍ରାଥନ୍' ଝଡ ଯୋଗୁଁ ଅବସ୍ଥା ବିଗିଡି ଯାଇଥିବା ପିଙ୍ଗଟାଙ୍ଗ ପ୍ରଦେଶର ଏକ ଡାକ୍ତରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି । କୁହାଯାଉଛି ଯେ, ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ଧୂଆଁ ବ୍ୟାପିଯାଇଥିଲା ଏବଂ ଶ୍ୱାସରୁଦ୍ଧ ହୋଇ ଆଠ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ, ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଅନ୍ୟ ୧୦ ଜଣ ରୋଗୀଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଅଗ୍ନିଶମ କର୍ମଚାରୀଙ୍କୁ ରୋଗୀ ମାନଙ୍କୁ ସ୍ଥାନାନ୍ତର କରିବା ଏବଂ ନିଆଁ ଲିଭାଇବାରେ ନିୟୋଜିତ କରାଯାଇଥିଲା । 

ଅନ୍ୟପକ୍ଷରେ ତାଇୱାନର ପାଣିପାଗ ଅଧିକାରୀଙ୍କ ଅନୁଯାୟୀ ଟାଇଫୁନ୍ 'କ୍ରାଥନ୍' ପ୍ରମୁଖ ବନ୍ଦର ସହର କାଓହସିଙ୍ଗରେ ଅବତରଣ କରିଛି ଏବଂ ଘଣ୍ଟା ପ୍ରତି ୧୨୬ କିଲୋମିଟର ବେଗରେ ପବନ ବହିବ। ଗତ ୫ ଦିନ ଧରି ଝଡ଼ ତୋଫାନ ଓ ବର୍ଷା ଯୋଗୁଁ ଦ୍ୱୀପର ପୂର୍ବ ଏବଂ ଦକ୍ଷିଣ ଭାଗ ବୁଡ଼ି ଯାଇଛି । ଦ୍ୱୀପରେ ଥିବା ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ଦୁଇ ଦିନ ପାଇଁ ବନ୍ଦ ରହିଛି ଏବଂ ସମସ୍ତ ଘରୋଇ ବିମାନ ଚଳାଚଳ ବାତିଲ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.