ନୂଆଦିଲ୍ଲୀ, ୨୬/୦୨: ଚୀନର ଏକ କମ୍ପାନି ନିଜର ବାର୍ଷିକ ସମାରୋହକୁ ନଗଦ ପୁରସ୍କାର ସମାରୋହରେ ରୂପାନ୍ତରିତ କରିଛି । ଉତ୍ସବରେ ସୀମିତ ସମୟ ମଧ୍ୟରେ ମନ ଇଚ୍ଛା ୧୦୦ ୟୁଆନ୍ ନୋଟ୍ ହାତେଇବାକୁ ଏହା ନିଜ କର୍ମଚାରୀଙ୍କୁ ଅନୁମତି ଦେଇଛି । ବୋନସ୍ ବଣ୍ଟନର ଏହି ଅଜବ ତରିକା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆହୁରି ପଢନ୍ତୁ-ନକଲି ଆଇନ ଡିଗ୍ରୀରେ ପାକ୍ ହାଇକୋର୍ଟରେ ୫ ବର୍ଷ ବିଚାରପତି
ଗଣମାଧ୍ୟମ ଅନୁସାରେ, କ୍ରେନ୍ ନିର୍ମାଣକାରୀ କମ୍ପାନି ହେନାନ କୁଆଙ୍ଗଶାନ କ୍ରେନ୍ କୋ. ଲିଃ. ବର୍ଷ ଶେଷ ବୋନସ୍ରେ ନିଜ କର୍ମଚାରୀଙ୍କୁ ୧୮୦ ନିୟୁତ ୟୁଆନରୁ ଅଧିକ ଅର୍ଥାତ୍ ପ୍ରାୟ ୨୩୭ କୋଟି ବାଣ୍ଟିଛି । ଫେବ୍ରୁଆରୀ ମାସରେ ଆୟୋଜିତ ବାର୍ଷିକ ସମାରୋହରେ କର୍ମଚାରୀଙ୍କୁ ୬୦ ନିୟୁତ ୟୁଆନରୁ ଅଧିକ, ଅର୍ଥାତ୍ ହାରାହାରି ୭୯ କୋଟି ଟଙ୍କା ନଗଦ କର୍ମଚାରୀ ବୋହି ନେଇଛନ୍ତି । ଏହି ଭବ୍ୟ କାର୍ଯ୍ୟକ୍ରମରେ ୮୦୦ ବାନ୍କ୍ୱେଟ୍ ଟେବଲ୍ ପଡ଼ିଥିଲା ଏବଂ ୭୦୦୦ରୁ ଅଧିକ ଲୋକ ଏଥିରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଏକ ନାଟକୀୟ ମୁହୂର୍ତ୍ତ ଆସିଲା, ଯେଉଁଥିରେ କର୍ମଚାରୀଙ୍କୁ ମଞ୍ଚକୁ ଡାକି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମନ ଇଚ୍ଛା ନୋଟ୍ ସଂଗ୍ରହ କରିବାକୁ କୁହାଗଲା । କର୍ମଚାରୀ ତରବର ହୋଇ ଲମ୍ବା ଟେବଲ ଉପରେ ପଡ଼ିଥିବା ନୋଟ୍ ଗଦାରୁ ଟଙ୍କା ସଂଗ୍ରହ କଲେ । କିଛି କର୍ମଚାରୀ ଗଦା ଗଦା ନୋଟ୍ ଧରି ମଞ୍ଚରୁ ଓହ୍ଲାଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।