ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ

Published By : Harapriya Sethi | November 23, 2024 9:53 AM

ଯାଜପୁର,୨୩/୧୧: ବିରଜା ହାଟକୁ ନେଇ ରାସ୍ତାରୋକ ବେଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଗିରଫ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଗୁରୁବାର ୧୦ଜଣଙ୍କୁ ପୁଲିସ ଗିରଫ କରିଥିଲା । ଶୁକ୍ରବାର ଆଉ ୮ଜଣଙ୍କୁ ସଦର ପୁଲିସ ଉଠାଇ ନେଇଥିଲା । ପଚରାଉଚରା ପରେ ୪ଜଣଙ୍କୁ ଗିରଫ ଦର୍ଶା ଯାଇଥିବା ବେଳେ ଅନ୍ୟ ୪ଜଣ ଅଟକ ରହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଶଙ୍ଖନାଳିର ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କ ପୁଅ ପ୍ରକାଶ କୁମାର ଆଚାର୍ଯ୍ୟ (୩୪), କୃଷ୍ଣଚନ୍ଦ୍ର ରାଉତଙ୍କ ପୁଅ ସୁଶୀଲ ରାଉତ(୨୮), ଜାହାନପୁରର ଗୟାଧର ଓଝାଙ୍କ ପୁଅ ସୁଦର୍ଶନ ଓଝା(୩୫) ଏବଂ ବାଣପୁର ଗ୍ରାମର ଚୈତନ୍ୟ ନାୟକଙ୍କ ପୁଅ ଅଚ୍ୟୁତାନନ୍ଦ ନାୟକ(୪୪) । 

ଶୁକ୍ରବାର ଡିଆଇଜି ଡ. ସତ୍ୟଜିତ ନାୟକ ଯାଜପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ୫୦ରୁ ଅଧିକ ଜଣଙ୍କ ନାମରେ ଅଭିଯୋଗ ହୋଇଛି । ଯେଉଁମାନଙ୍କର ସଂପୃକ୍ତି ଥିବାର ପ୍ରମାଣ ମିଳିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଲିସ ସଂପୂର୍ଣ୍ଣ ନିରପେକ୍ଷ ଭାବେ ତଦନ୍ତ କରୁଥିବା ଡ. ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ଯାଜପୁର ସହରରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୋଟ୍‌ ୨୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି ବୋଲି ଡ. ନାୟକ ପ୍ରକାଶ କରିଛନ୍ତି । ବିରଜା ହାଟ ସ୍ଥାନାନ୍ତର ପାଇଁ କାହିଁକି ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢ଼ାଘାଟ ନିକଟରେ ରାସ୍ତାରୋକ କରାଯାଇଥିଲା, ସେ ସଂପର୍କରେ ତଦନ୍ତ କରାଯାଉଛି । 

ସେହିପରି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଖଣି ବିଭାଗର ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି । ବିଧାୟକଙ୍କ ଆସିବା ସମୟ ଓ ଅନ୍ୟ ଦିଗ ସଂପର୍କରେ ମଧ୍ୟ ତଦନ୍ତ କରାଯାଉଥିବା ସେ କହିଛନ୍ତି । ଅପରାହ୍ଣରେ ବିରଜା ହାଟ ବ୍ୟବସାୟୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ସେ କ’ଣ ପଦକ୍ଷେପ ନେବେ ସେ ସଂପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.