ଭୁବନେଶ୍ବର, ୧୦।୨ : ଲଜ୍ ଉପରକୁ ବୋମାମାଡ। ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି ଘଟଣା। ଲାଇଟ୍ ହାଉସ ପଛପଟେ ଥିବା ସବିତା ଘର ଲଜ୍ ଉପରକୁ ବୋମାମାଡ ହୋଇଛି। ଦୁଇଜଣ ଦୁର୍ବୁତ୍ତ ସ୍କୁଟି ରେ ଆସି ତିନୋଟି ବୋମାମାଡ କରି ଫେରାର ହୋଇଯାଇଛନ୍ତି। ବୋମାମାଡରେ ଲଜ୍ ର କବାଟ ଝରକା ଗୁଣ୍ଡ ହୋଇଛି। ଭୟଭୀତ ଅବସ୍ଥାରେ ଲଜ୍ ରେ ଥିବା ଯାତ୍ରୀ ରହିଛନ୍ତି। ପୋଲିସ ପହଞ୍ଚି ତଦନ୍ତ କରୁଛି। ବୋମାମାଡର କାରଣ ଅସ୍ପଷ୍ଟ ରହିଛି।