ପୋଲସରା,୧୩/୦୭:ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିକଟ ଲଙ୍ଗଳେଶ୍ବର ପାର୍କ ନିକଟରେ ସଫେଇ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।ଗିରଫ ଅଭିଯୁକ୍ତମାନେ ହେଲେ ପୋଲସରା ସହରସ୍ଥିତ ଓଇରାଣି ବନ୍ଧ ବଡ଼ ହରିଜନ ସାହିର ସନ୍ତୋଷ ନାୟକ ଓ ତାଙ୍କ ପୁଅ ଶିବ ନାୟକ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ପୋଲସରା ଥାନା ନିକଟ ଲଙ୍ଗଳେଶ୍ବର ପାର୍କ ନିକଟରେ କିରଣ ନାୟକଙ୍କୁ ତିନିଜଣ ଯୁବକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।ଏହାକୁ ନେଇ ପୋଲସରା ଥାନାରେ ୪୯୨/୨୫ ରେ ମାମଲା ରୁଜୁ ହୋଇଥିଲା।ଉକ୍ତ ଘଟଣାରେ ପୋଲସରା ପୁଲିସ ବାପା ପୁଅ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଏହି ଆକ୍ରମଣ ଘଟଣାରେ ଆହୁରି ତିନି ଜଣ ସମ୍ପୃକ୍ତ ଥିବା ପୁଲିସ ସୂଚନା ପାଇଥିବା ବେଳେ ଫେରାର ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲସରା ଥାନାଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।