ଭଦ୍ରକ, ୨୭।୪ : ପାନ ଦୋକାନକୁ ଆସି ଥଣ୍ଡା ମାଗିଲେ। ଥଣ୍ଡା ପିଇସାରି ଟଙ୍କାକୁ ନେଇ ଯୁକ୍ତିତର୍କ କଲେ। ପରେ  ଗୁଳିଫୁଟାଇ ଦୋକାନୀଙ୍କୁ ଭୟଭୀତ କରି  ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏମିତି ଘଟଣା ଘଟିଛି ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡାରେ  l 

ନାଲଗୁଣ୍ଡା ମୁଖ୍ୟରାସ୍ତା ନିକଟରେ  ସତ୍ୟବାନ ବେହେରାଙ୍କ ଏକ ପାନ ଦୋକାନକୁ ସନ୍ଧ୍ୟା ସମୟରେ ଛଅ ଜଣ ଦୁର୍ବୁତ୍ତ ଦୁଇଟି ବାଇକ ଯୋଗେ ଆସି ଥଣ୍ଡା ମାଗି ପିଇଥିଲେ   l ଥଣ୍ଡାର ମୂଲ୍ୟ ଦଶ ଟଙ୍କା ଥିଲା ବେଳେ କାହିଁକି ୧୨ ଟଙ୍କା ନେଉଛ କହି  ଦୁର୍ବୃତ୍ତମାନେ ଗାଳିଗୁଳଜ ଓ ମାଡପିଟ କରିଥିଲେ l ମାଡପିଟ ପରେ ଦୁଇଟି ପିସ୍ତଲରେ ଦୋକାନୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ  l ଦୋକାନରୁ ବାପ ଓ ପୁଅ ଦୁଇଜଣ ଭୟରେ ଦୌଡ଼ି ପଳାଇ ଯାଇଥିଲେ  l ଦୋକାନରୁ କିଛି ଟଙ୍କା ସେମାନେ ନେଉଯାଇଥିବା ଅଭିଯୋଗ କରିଛନ୍ତି  l ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  l