ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ, ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଟଙ୍କା ଏବଂ ସୁନା

Published By : Harapriya Sethi | March 24, 2025 9:21 AM

ଭୁବନେଶ୍ୱର,୨୪/୦୩: ରାଜଧାନୀରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ । ଏକ ନମ୍ବର ହାଟରୁ ବ୍ୟବସାୟ ସାରି ଫେରୁଥିବା ବେଳେ ରାଜମହଲ ଛକ ନିକଟରେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କଲେ ୨ ଦୁର୍ବୃତ୍ତ । ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ସୁନା ଏବଂ ଟଙ୍କା । 

ସୂଚନା ମୁତାବକ, ଏକ ନମ୍ବର ମାର୍କେଟରେ ବ୍ୟବସାୟୀ ପୂର୍ଣଚନ୍ଦ୍ର ନାୟକଙ୍କ ଏକ ସୁନା ଦୋକାନ ରହିଛି । ରବିବାର ରାତିରେ ଦୋକାନ ବନ୍ଦ କରି ବଡ଼ଗଡ଼ ବ୍ରିଟ କଲୋନୀରେ ଥିବା ନିଜ ଘରକୁ ଫେରୁଥିଲେ । ଘରକୁ ଫେରିବା ବେଳେ ଏହି ଲୁଟ୍‌ ହୋଇଥିଲା । ରାଜମହଲ ଛକରେ ୨ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ଆସି ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରି ବଳପୂର୍ବକ ସ୍କୁଟି ଡିକିରେ ଥିବା ଏକ ଲକ୍ଷ ୭୦ ହଜାର ଟଙ୍କା, ପୂର୍ଣ୍ଣଚନ୍ଦ୍ର ପିନ୍ଧିଥିବା ଗୋଟିଏ ସୁନା ଚେନ, ସୁନା ବ୍ରେସଲେଟ ଲୁଟି ନେଇଥିଲେ ଦୁର୍ବୃତ୍ତ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.