ପ୍ରମୂଖ ଖବର
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଖବର ସଂଗ୍ରହ କରିବା ବେଳେ ସମ୍ୱାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଭାଙ୍ଗିଦେଲେ କ୍ୟାମେରା ଏବଂ ବୁମ୍‌

Published By : Harapriya Sethi | January 19, 2025 7:24 AM

ଭୁବନେଶ୍ୱର,୧୯/୦୧: ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଓ କ୍ୟାମେରା ମ୍ୟାନକୁ ମାଡ଼ ମାରିଲେ ଦୃର୍ବୁତ୍ତ । ଧଳା ସ୍କର୍ପିଓ ଗାଡ଼ିରେ ଆସି ସାମ୍ବାଦିକଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହ ତଣ୍ଟି ଚିପି ଜୀବନରୁ ମାରିଦେବାକୁ କରିଥିଲେ ଚେଷ୍ଟା । ପୋଲିସ ଛଡ଼ାଇବାରୁ ପୋଲିସକୁ ଠେଲାପେଲା ସହ ମାଡ ମାରିଲେ ଏକାଧିକ ଦୃର୍ବୁତ୍ତ । ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, କିଛି ବାଇକ୍ ଚୋରଙ୍କ ସନ୍ଧାନରେ ଥିବା ପୋଲିସ ଲୋକେସନ୍ ଅନୁସାରେ ସର୍ଚ୍ଚ କରୁଥିଲେ। ହଠାତ୍ ଗୋଟିଏ ଘରକୁ ଯାଇ ପୋଲିସ ପଚରାଉଚରା ବେଳେ ସେହି ଘର ଲୋକେ ପୋଲିସକୁ ଚୋର ଭାବି ତାଲା ପକାଇ ଦେଇଥିଲେ। ପରେ ଅଧିକ ପୋଲିସ ଓ ପିସିଆର୍‌ କର୍ମଚାରୀ ଆସିବାରୁ ପୋଲିସଙ୍କୁ ଛାଡିଥିଲେ ସ୍ଥାନୀୟ ଘର ଲୋକେ । ଘଟଣା ବିଷୟରେ ଖବର ପାଇ ନ୍ୟୁଜ୍‌ କଭର କରିବା ବେଳେ ଏକ ଧଳା ସ୍କର୍ପିଓ ଗାଡ଼ିରେ କିଛି ଦୁବୃତ୍ତ ଆସି ପ୍ରଥମେ ଗାଳିଗୁଲଜ କରିଥିଲେ । ପରେ ସଂଘବଦ୍ଧ ଭାବରେ ରିପୋର୍ଟର ଓ କ୍ୟାମେରା ମ୍ୟାନଙ୍କୁ ଆକ୍ରମଣ କରିଥିଲେ । କ୍ୟାମେରା ଓ ବୁମ୍ ଭାଙ୍ଗି କ୍ୟାମେରା ମ୍ୟାନଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହ ରିପୋର୍ଟରଙ୍କ ତଣ୍ଟି ଚିପି ଜୀବନରୁ ମାରିବାକୁ ଉଦ୍ୟମ ମଧ୍ୟ କରିଥିଲେ । ଖବର ପାଇବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.