ଜଗତସିଂହପୁର,୨୫ା୩(ଆପ୍ର): ମଦ୍ୟପଙ୍କ ଆଡ୍ଡାପାଲଟିଛି ଜଗତସିଂହପୁର ଜିଲ୍ଲା ପୂର୍ତ୍ତ ବିଭାଗ ଦପ୍ତର । ମୁହଁ ଖୋଲିବାରୁ ଆକ୍ରମଣର ଶିକାର ହୋଇଛନ୍ତି ରାସ୍ତା ଓ ଗୃହ ବିଭାଜନ ବା ପୂର୍ତ୍ତବିଭାଗ କାର୍ଯ୍ୟାଳୟର ବରିଷ୍ଠ ସହାୟକ କୁଦୁସ୍‌ ଖାଁ । କାର୍ଯ୍ୟାଳୟ ଭିତରେ କେବଳ ଗାଳିଗୁଲଜ ସହଧକ୍କା ମରାଯାଇ ନଥିଲା ବିଳମ୍ବିତ ରାତିରେ ଘରକୁ ଫେରିବା ସମୟରେ ଗାନ୍ଧି ଛକ ନିକଟରେ ଜଣେ ଯୁବକ ଅଟକାଇ ତାଙ୍କୁ ଆକ୍ରମଣ କରିଥିବା ନେଇଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି କୁଦୁସ୍‌ ।

ଅଭିଯୋଗ ମୁତାବକ, ସହର ଉପକଣ୍ଠ ସାତପୁରାଧନିପୁରର କୁଦୁସ୍‌ ଜିଲ୍ଲା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ଗତକାଲି ରାତିରେ ଅଫିସ୍‌ କାମସାରି ସେ ଏଷ୍ଟିମେଟିଙ୍ଗ ବ୍ରାଞ୍ଚ୍‌ର ଦଶରଥ ବେହେରାଙ୍କୁଡାକିବାକୁ ଯାଇଥିଲେ । ଉକ୍ତ ସମୟରେ ସେଠାରେଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ଅନ୍ୟ ଜଣେମଦ୍ୟପାନ କରୁଥିଲେ । ଉଭୟ କୁଦୁସ୍‌ଙ୍କୁ ଅନ୍ୟ ଜଣେକର୍ମଚାରୀଙ୍କ ସହ ଭଲ ଭାବଦୋସ୍ତି କ’ଣ ପାଇଁ ବୋଲିପ୍ରଶ୍ନ କରିଥିଲେ । କୁଦୁସ୍‌ ଏପ୍ରକାର ଅବାନ୍ତର ପ୍ରଶ୍ନକୁନେଇ ଆପତ୍ତି ଉଠାଇଥିଲେ । ପରେ ବିଳମ୍ବିତ ରାତିରେସ୍ଥାନୀୟ ଗୋପାଳସାଗର ଛକରେ କୁଦୁସ୍‌ଙ୍କୁ ଜଣେଯୁବକ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଅଟକି ନଥିଲେ । ତଥାପି ସଂପୃକ୍ତ ଯୁବକ ପିଛା କରିଗାନ୍ଧିଛକ ସ୍ଥ ିତ ଏକ ପେଟ୍ରୋଲ ପମ୍ପ ନିକଟରେ ଅଟକାଇତାଙ୍କ ବାଇକ୍‌ ଚାବିକୁ ଛଡ଼ାଇ ନେଇଥିଲେ । କୁଦୁସ୍‌ଚିତ୍କାର କରି ବଡ଼ବାଗ ଗାଁ ରାସ୍ତାରେ ଦୌଡ଼ ଥିଲେ । ସ୍ଥାନୀୟ ଗାଁର କେହି ଜଣେ ବ୍ୟକ୍ତି ୧୦୮କୁ ଫୋନ୍‌କରିଥିଲେ । ପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଟିକିନିଖି ବୁଝିଥିଲେ । ପରେ ପୁଲିସ ସହଯୋଗରେକୁଦୁସ୍‌ ଘରକୁ ଯାଇଥିଲେ । ଏପଟେ ରାତିରେ ଅଫିସଛାଡ଼ିବା ଏବଂ କାର୍ଯ୍ୟାଳୟ ଭିତରେ ଯେଉଁ ଘଟଣାଘଟିଥିଲା ତା’ରି ଭିତରେ ଅନ୍ୟ ଜଣେ ବ୍ୟକ୍ତି ଫୋନ୍‌କଲ୍‌ କରିଥିଲେ କୁଦୁସ୍‌ଙ୍କୁ । ତେବେ କଲ୍‌କୁ ସେ ଗ୍ରହଣକରିନଥିଲେ । ତେଣୁକରି ଯୋଜନାବଦ୍ଧ ଆକ୍ରମଣପଛରେ ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀ ଓ ଫୋନ୍‌କଲ୍‌ କରିଥିବା ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ କରି ସେଜଗତସିଂହପୁର ଥାନାର ଦୃଷ୍ଟି ଆକର୍ଷଣ କରିଛନ୍ତି । ଅପରପକ୍ଷେ ଫୋନ୍‌ କଲ୍‌ କରିଥିବା ବ୍ୟକ୍ତିମଧ୍ୟ ପୂର୍ତ୍ତ ବିଭାଗର ଜଣେ ଅସ୍ଥାୟୀ କର୍ମଚାରୀ ଥିବାଚର୍ଚ୍ଚାର ପରିଧିକୁ ଆସିଛି ।

 ଉକ୍ତ ବିଭାଗର ପୂର୍ବରଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମୟରେ ସଂପୃକ୍ତ ଅସ୍ଥାୟୀକର୍ମଚାରୀ ଧରାକୁ ଶରା ମଣି ଚାଲିଥିଲେ । ଏହାଛଡ଼ାସରକାରୀ କାର୍ଯ୍ୟାଳୟରେ ଜଣେ ଅବସରପ୍ରାପ୍ତକର୍ମଚାରୀ, ଅନ୍ୟ ଜଣେ ବାହାର ଲୋକଙ୍କୁ ମଦପିଇବାକୁ ଅନୁମତି ଦେଇଥିଲେ କିଏ? ତା’ଛଡ଼ା ଅଫିସ୍‌ଭିତରେ ଏଭଳି ଦୁର୍ବ୍ୟବହାର କାହିଁକି କରାଗଲା ।ଏଖବର ସଂପୃକ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ଜଣାଇଥିଲେକିଏ ଏଭଳି ଅକେନ ପ୍ରଶ୍ନ ଉଙ୍କି ମାରିଲାଣି । ଲଗାତାରଭାବେ ଜିଲ୍ଲା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଦୁର୍ନୀତିକୁ ନେଇଚର୍ଚ୍ଚାର ଘେରରେ ରହିଆସିଛି । ନିର୍ଦ୍ଦ ିଷ୍ଟ ଜଣେ ପୂର୍ବତନଅଧୀକ୍ଷଣ ଯନ୍ତ୍ରୀ ଓ ଜଣେ ପୂର୍ବତନ ଜିଲ୍ଲାପାଳଙ୍କସମୟରେ ଏହି ବିଭାଗରେ ଆଖିବୁଜା ସରକାରୀଅର୍ଥ ଉନ୍ନୟନମୂ ୂଳକ କାମ ଆଳରେ ଚଳୁ କରାଯାଇଛି ।ତେବେ କୁଦୁସ୍‌ଙ୍କୁ ରାତି ଅଧରେ ଚକ୍ରାନ୍ତକରାଯାଇ ମାଡ଼ ମରାଯିବାକୁ ଅନ୍ୟ କର୍ମଚାରୀମାନେସହଜରେ ଗ୍ରହଣ କରିପାରି ନାହାନ୍ତି ି । ଆଜିକିଛି କର୍ମଚାରୀ ଏନେଇ ଏସ୍‌ପିଙ୍କୁ ଭେଟିଥିବାକୁହାଯାଉଛି । ଏନେଇ ଜଗତସିଂହପୁର ପୁଲିସରତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଦେଖାଦେଇଛି । ଛୁଟିରେ ଥିବା ଥାନାଧିକାରୀ ପ୍ରଭାସଚନ୍ଦ୍ର ସାହୁ ନିଶ୍ଚିତ ଭାବେ ଆଇନଗତ ପଦକ୍ଷେପସାଙ୍ଗକୁ ପୂର୍ତ୍ତ ବିଭାଗର କ୍ୱାର୍ଟର୍ସ ଗୁଡ଼ିକୁ ଆବଶ୍ୟକସ୍ଥଳେ ତନଖି କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।