ପ୍ରମୂଖ ଖବର
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତ ଉପରେ ଟ୍ରୁଡୋଙ୍କ ଗମ୍ଭୀର ଅଭିଯୋଗ, କହିଲେ-ମୋତେ ବ୍ୟକ୍ତିଗତ ଭାବେ ହେଉଛି ଆକ୍ରମଣ

Published By : Harapriya Biswal | October 15, 2024 3:44 PM

ନୂଆଦିଲ୍ଲୀ,୧୫।୧୦: ଭାରତର ଓ କାନାଡା ସମ୍ପର୍କ ବର୍ତ୍ତମାନ ବିବାଦର ଚରମ ସୀମାରେ ପହଁଞ୍ଚିଛି। ଗତ ବର୍ଷ କାନାଡାରେ ଖଲିସ୍ତାନୀ ହରଦୀପ ସିଂହ ନିଜ୍ଜର ହତ୍ୟା ପରେ ଏହି ଘଟଣା ଭାରତର ହାତ ଥିବା ନେଇ କାନାଡା ସରକାରଙ୍କ ଅଭିଯୋଗ ପରେ ଦୁଇ ଦେଶର ସମ୍ପର୍କ ତିକ୍ତ ହୋଇଛି। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ସହ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ । ଆସନ୍ତା ୧୯ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଡେପୁଟି ହାଇକମିଶନରଙ୍କ ସମେତ ୬ ଜଣଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମା ଜାରି କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏହା ଭିତରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମ୍ବାଦିକ ସମ୍ମିଳନୀ କରି ଭାରତ ଉପରେ ସଙ୍ଗୀନ ଅଭିଯୋଗ କରିଛନ୍ତି।

ଟ୍ରୁଡୋ କହିଛନ୍ତି, ଗତ ବର୍ଷ ଘଟଣା ଆଜିର ଖୁଲାସା ଲୋକଙ୍କୁ ଚକିତ କରିବ। ବିଶେଷ ଭାବରେ ଭାରତୀୟ ବଂଶୋଦ୍ଭବ କାନାଡୀୟ ନାଗରିକ ଓ ଶିଖ୍ ସମ୍ପ୍ରଦାୟର ଲୋକଙ୍କୁ। ବହୁ ଲୋକ ଅସନ୍ତୁଷ୍ଟ, ଭୟଭୀତ ଏବଂ ଚିନ୍ତିତ ଅଛନ୍ତି। ମୁଁ ବୁଝୁଛି, ଏଭଳି ହେବା ଉଚିତ ନୁହେଁ।ଆଇନରେ ବିଶ୍ବାସ କରୁଥିବା ଦେଶ ହେଉଛି କାନାଡା। ଆମ ପାଇଁ ଆମର ନାଗରିକଙ୍କ ସୁରକ୍ଷା ସର୍ବୋପରି। ଏହି କାରଣରୁ ଯେତେବେଳେ ଆମର ଏଜେନ୍ସି ଓ ଗୁଇନ୍ଦା ଅଧିକାରୀ ବିଶ୍ବାସନୀୟ ଅଭିଯୋଗ କରିଛନ୍ତି ଯେ, ଭାରତ ସରକାରଙ୍କ ଏଜେଣ୍ଟ କାନାଡା ମାଟିରେ କାନାଡାର ନାଗରିକ ହରଦୀପ ସିଂହ ନିଜ୍ଜରର ହତ୍ୟାରେ ସିଧାସଳଖ ଭାବରେ ସାମିଲ। ଆମେ ଏହା ଉପରେ ତୁରନ୍ତ ଆକ୍ସନ ନେଇଥିଲୁ। 

ରୟାଲ କନାଡିଆନ୍ ମାଉଣ୍ଟେଡ୍ ପୋଲିସ (ଆରସିଏମ୍‌ପି) କମିଶନର ପୂର୍ବରୁ କହିଥିଲେ, ତାଙ୍କ ପାଖରେ ସୁରକ୍ଷାର ପ୍ରମାଣ ରହିଛି ଯେ, ଭାରତ ସରକାରଙ୍କ ଏଜେଣ୍ଟ ଏଭଳି ଗତିବିଧିରେ ଲିପ୍ତ ଅଛନ୍ତି, ଯାହାକି ଲୋକଙ୍କ ସୁରକ୍ଷା ପାଇଁ ବିପଦ। ବିଶେଷ କରି ଦକ୍ଷିଣ ଏସୀୟ ନାଗରିକଙ୍କୁ ଟାର୍ଗେଟ କରିବା ସହ ହତ୍ୟା ଏବଂ ଧମକ ଦେବା ଭଳି ଅନେକ ମାମଲାରେ ସମ୍ପୃକ୍ତି ରହିଛି। ଆମେ ଏହାକୁ ବରଦାସ୍ତ କରିବୁନି। ଏହା କାନାଡାର ସାର୍ବଭୌମତ୍ବ ଏବଂ ଅନ୍ତର୍ଜାତୀୟ ନିୟମର ଉଲଂଘନ। ଆରସିଏମ୍‌ପି ଓ ରାଷ୍ଟ୍ରୀୟ ସୁରକ୍ଷା ଅଧିକାରୀ ଏହି ମାମଲାରେ ଭାରତ ସରକାର ସହ ମିଶିକି କାମ କରିବାର ଚେଷ୍ଟା କରିଥିଲେ, କିନ୍ତୁ ଭାରତ ସରକାର ବାରମ୍ବାର ଏହାକୁ ମନା କରିଦେଇଥିଲେ।

ଟ୍ରୁଡୋ ଆହୁରି କହିଛନ୍ତି, ମୁଁ ଭାରତର ପ୍ରଧରନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଥିଲି ଏହି ଓ୍ବିକଏଣ୍ଡରେ ସିଙ୍ଗାପୁରରେ ଦୁଇ ଦେଶର ଏନ୍‌ଏନ୍‌ଏ ବୈଠକ ଖୁବ୍ ଗୁରୁତ୍ବପୂର୍ଣ୍ଣ। ସେ ଏହି ମିଟିଂ ବିଷୟରେ  ଜାଣିଥିଲେ।ମୁଁ ତାଙ୍କୁ କହିଥିଲି ବୈଠକକୁ ଗମ୍ଭୀରତାର ସହ ନେବା ଦରକାର। ମୁଁ ଏହି ମାମଲାରେ ସିଧା ସଳଖ ମୋଦିଙ୍କ ସହ କଥା ହୋଇଥିଲି, କିନ୍ତୁ ର୍ଦୁଭାଗ୍ୟର କଥା ଗତ ବର୍ଷ ହାଉସ ଅଫ୍ କମନ୍ସରେ ମୋର ବୟାନକୁ ଭାରତ ସରକାର ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରି ଆସିଛନ୍ତି। କେବଳ ସେତିକି ନୁହେଁ ମୋ ଉପରେ ବ୍ୟକ୍ତିଗତ ଆକ୍ରମଣ ମଧ୍ୟ ହୋଇଛି। କାନାଡା ସରକାର, କାନାଡାର ଅଧିକାର ଓ ଆମ ଏଜେନ୍ସି ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି।

ଉଲ୍ଲେଖନୀୟ ଯେ, କାନାଡାର ଟ୍ରୁଡୋ ସରକାର ହରଦୀପ ସିଂହ ନିଜାର ହତ୍ୟାକାଣ୍ଡର ଯାଞ୍ଚ ବେଳେ ଭାରତୀୟ ହାଇକମିଶନର ସଂଜୟ କୁମାର ବର୍ମାଙ୍କୁ ପର୍ସନ ଅଫ୍ ଇଣ୍ଟରେଷ୍ଟ କହିଥିଲା। ଯାହା ଉପରେ କଡା ଆପତ୍ତି ଉଠାଇଛି ଭାରତ। ଗତକାଲି ଭାରତୀୟ ହାଇକମିଶନର ସଞ୍ଜୟ ବର୍ମାଙ୍କ ସହ ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଭାରତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାନାଡ଼ାର ଚାର୍ଜ-ଡି ଆଫେୟାର୍ସଙ୍କୁ ମଧ୍ୟ ଭାରତ ସମନ କରିଥିଲା। ବର୍ତ୍ତମାନର କାନାଡା ସରକାରଙ୍କ ପ୍ରତି ବିଶ୍ବାସ ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୨୦୨୩ରେ କାନାଡାରେ ହରଦୀପ ସିଂହ ନିଜ୍ଜର ହତ୍ୟାକୁ ନେଇ କାନାଡା, ଭାରତକୁ ଦୋଷାରୋପ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.