ଉତ୍ତରାଖଣ୍ଡ,୧୩/୧୦: ଟ୍ରେନ ଲାଇନ ଉପରେ ଗ୍ୟାସ୍‌ ସିଲିଣ୍ଡର ରଖି ଲାଇନଚ୍ୟୁତ ଉଦ୍ୟମ । ଉତ୍ତରାଖଣ୍ଡର ରୁର୍‌କି ସ୍ଥିତ ଲଣ୍ଡଉରା ଓ ଧନନ୍ଧେରା ମଝିରେ ଟ୍ରେନ ଲାଇନ ଉପରେ ଗ୍ୟାସ୍‌ ସିଲିଣ୍ଡର ଦେଖିବାକୁ ମିଳିଛି । ଏହା ଦେଖି ଏମରଜେନ୍ସି ବ୍ରେକ୍‌ ଲଗାଇ ଟ୍ରେନକୁ ଅଟକାଇଛନ୍ତି ଲୋକୋ ପାଇଲଟ । ଉତ୍ତରାଖଣ୍ଡର ରୁର୍‌କି ସ୍ଥିତ ଲଣ୍ଡଉରା ଓ ଧନନ୍ଧେରା ମଝିରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଏକ ଟ୍ରେନ  ଉତ୍ତରାଖଣ୍ଡର ରୁର୍‌କି ସ୍ଥିତ ଲଣ୍ଡଉରା ଓ ଧନନ୍ଧେରା ମଝିରେ ଯିବାବେଳେ ଟ୍ରେନ ଲାଇନରେ ଏକ ଗ୍ୟାସ ସିଲିଣ୍ଡର ଦେଖିଥିଲେ ଲୋକୋ ପାଇଲଟ । ଏହା ଦେଖି ତୁରନ୍ତ ଏମରଜେନ୍ସି ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ଅଟକାଇଥିଲେ । ଫଳରେ ଏକ ବଡ ଦୁର୍ଘଟଣା ହେବାରୁ ମାଲବାହୀ ଟ୍ରେନ୍‌ଟି ବର୍ତ୍ତିଯାଇଥିଲା । ପରେ ଲୋକୋ ପାଇଲଟ୍ ତୁରନ୍ତ ରେଳ ନିୟନ୍ତ୍ରଣ କକ୍ଷର ଅଧିକାରୀମାନଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ। ଖବର ପାଇ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ସିଲିଣ୍ଡରକୁ ଟ୍ରାକରୁ ହଟାଇଛନ୍ତି । ବର୍ତ୍ତମାନ ଆରପିଏଫ ଏହି ଘଟଣାର ତଦନ୍ତ କରୁଛି । 

ତେବେ ଯାଞ୍ଚ ପରେ ସିଲିଣ୍ଡରରେ ଗ୍ୟାସ ନଥିବା ଜଣାପଡିଛି । ଉକ୍ତ ସ୍ଥାନରେ କିଏ ଗ୍ୟାସ ସିଲିଣ୍ଡରକୁ ରଖିଥିଲା ତାହା ଜଣାପଡିନାହିଁ । ଏହା ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଛି ।