ବେଙ୍ଗାଲୁରୁ,୧୨/୧୨: ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି । ଏଫ୍‌ଆଇଆର୍‌ରେ ଅତୁଲଙ୍କ ପତ୍ନୀ ନିକିତା  ସିଂଘାଣିଆ, ଶାଶୁ ନିଶା ସିଂଘାଣିଆ, ଶାଳକ ଅନୁରାଗ  ସିଂଘାଣିଆ ଏବଂ ଦାଦାଶ୍ୱଶୁର ସୁଶୀଲ ସିଂଘାଣିଆଙ୍କ  ନାମ ରହିଛି । ମୃତ ଏଆଇ ଇଞ୍ଜିନିୟରଙ୍କ ଭାଇ  ବିକାଶ କୁମାର ବେଙ୍ଗାଲୁରୁର ମରାଠାହଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଏହି ଆଧାରରେ ପୁଲିସ  ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଧାରା ୧୦୮  (ଆତ୍ମହତ୍ୟା ପାଇଁ ଉସୁକାଇବା), ଧାରା ୩(୫)ରେ  ମାମଲା ରୁଜୁ କରିଛି । ଆତ୍ମହତ୍ୟା ପୂର୍ବରୁ ଅତୁଲ ୧  ଘଣ୍ଟା ୨୦ ମିନିଟ୍‌ର ଭିଡିଓ ଜାରି କରିଥିଲେ । ଏଥିରେ  ସେ ନିଜ ନିର୍ଯାତନାର କାହାଣୀ ବଖାଣିଥିଲେ । 

ପତ୍ନୀ ଓ  ତାଙ୍କ ବାପଘର ଲୋକମାନେ ତାଙ୍କୁ କିଭଳି ହଇରାଣ  କରୁଥିଲେ, ସେ ନେଇ ଗୋଟି ଗୋଟି କରି କହିଥିଲେ ।  ଏମିତି କି ଏକ ଏନ୍‌ଜିଓକୁ ୨୪ ପୃଷ୍ଠାର ଚିଠି ଲେଖି ସବୁ ଘଟଣା ଖୋଲିକରି କହିଥିଲେ ।