ନୂଆଦିଲ୍ଲୀ, ୧୪/୧ : ଟି-୨୦ ବିଶ୍ୱକପ୍ ୨୦୨୬ର ଠିକ୍ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ପାକିସ୍ତାନ ଗସ୍ତ କରିବ । ଟି-୨୦ ବିଶ୍ୱକପର ପ୍ରସ୍ତୁତି ପାଇଁ ଏହି ସିରିଜ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ। ଯାହା ଅଷ୍ଟ୍ରେଲିଆକୁ ଉପମହାଦେଶର ପିଚ୍ ସହିତ ଖାପ ଖୁଆଇବାର ସୁଯୋଗ ଦେବ। ପିସିବି ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି।
ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଜାନୁଆରୀ ୨୮ରେ ଲାହୋରରେ ପହଞ୍ଚିବ । ଏହି ସିରିଜ୍ ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ବିଶେଷ କରି ଅନେକ ପ୍ରମୁଖ ଖେଳାଳି ବର୍ତ୍ତମାନ ସୁସ୍ଥ ହେବା ସମୟରେ ଅଛନ୍ତି । ଅଷ୍ଟ୍ରେଲିଆର ଜୋଶ ହେଜଲଉଡ୍, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍ ସୁସ୍ଥ ହେଉଛନ୍ତି । ପାକିସ୍ତାନର ଶାହିନ ଶାହ ଆଫରିଦି ମଧ୍ୟ ଆହତ ହୋଇଛନ୍ତି । ବିଗ୍ ବ୍ୟାଶ୍ ଲିଗ୍ ଖେଳିବା ସମୟରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ଏହି ସିରିଜ୍ ଉଭୟ ଦଳ ପାଇଁ ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ ପରୀକ୍ଷା କରିବାର ଏକ ଭଲ ସୁଯୋଗ ହେବ ।
ଟି-୨୦ ବିଶ୍ୱକପ୍ ୨୦୨୬ ଫେବୃଆରୀ ୭ତାରିଖରୁ ଆରମ୍ଭ ହେବ । ଯେଉଁଥିରେ ମୋଟ ୨୦ଟି ଟିମ୍ ଅଂଶଗ୍ରହଣ କରିବେ। ପାକିସ୍ତାନ ଗ୍ରୁପ୍ ଏ ରେ ଥିବାବେଳେ ଅଷ୍ଟ୍ରେଲିଆ ଗ୍ରୁପ୍ ବି ରେ ଅଛି । ପିସିବିର ସିଓଓ ସୁମୈର ଅହମ୍ମଦ ସୟଦ ଅତିଥି ଦଳର ସ୍ୱାଗତ କରିଛନ୍ତି ଏବଂ ଏହି ସିରିଜକୁ ପାକିସ୍ତାନୀ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ପ୍ରମୁଖ ଇଭେଣ୍ଟ ବୋଲି କହିଛନ୍ତି।
ସେ କହିଛନ୍ତି, "ଆମେ ଲାହୋରରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆକୁ ଆତିଥ୍ୟ ଦେବାକୁ ଉତ୍ସାହିତ । ଏହି ଗସ୍ତ ପାକିସ୍ତାନ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବର୍ଷର ଏକ ମହାନ ଆରମ୍ଭ । ମୁଁ ସେମାନଙ୍କୁ କହିବାକୁ ଚାହିଁବି ସିରିଜ ସମୟରେ ବହୁଳ ସଂଖ୍ୟାରେ ଆସି ଉଭୟ ଟିମର ଉତ୍ସାହ ବଢାନ୍ତୁ । କାରଣ ଏହା ଟି-୨୦ ବିଶ୍ବକପର ଶେଷ ରୂପ ଦେଉଛି ।