ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଗାବାରେ ତୃତୀୟ ଟେଷ୍ଟ ଆରମ୍ଭ, ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

Published By : Ankita S | December 14, 2024 7:33 AM

ନୂଆଦିଲ୍ଲୀ ,୧୪/୧୨: ବ୍ରିସବେନର ଗାବା ଗଡରେ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ । ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଏହା ତୃତୀୟ ଟେଷ୍ଟ । ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ । ଘରୋଇ ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଟିମ୍ ଇଣ୍ଡିଆ । ରିପୋର୍ଟ ଲେଖାହେବା ସୁଦ୍ଧା ଅଷ୍ଟ୍ରେଲିଆ ୨୮ ରନ କରିଛି । ଏହାପରେ ବର୍ଷା ବାଧକ ସାଜିବାରୁ ଖେଳ ବନ୍ଦ ରହିଛି । ଉସମାନ ଖ୍ବାଜା ୧୯ ରନ ଓ ନାଥନ ମ୍ୟାକସ୍ବିନି ୪ ରନ କରି କ୍ରିଜରେ ରହିଛନ୍ତି ।

ବ୍ରିସବେନର ଗାବା ଗ୍ରାଉଣ୍ଡରେ ତୃତୀୟ ଫାଇଟ ଆରମ୍ଭ ହୋଇଛି । ଭାରତୀୟ ଏକାଦଶରେ ପରିବର୍ତ୍ତନ ହୋଇଛି । ଆର ଅଶ୍ବିନୀ ଓ ହର୍ଷିତ ରାଣା ତୃତୀୟ ଟେଷ୍ଟ ଖେଳୁନାହାନ୍ତି । ଆକାଶ ଦୀପ ତୃତୀୟ ଟେଷ୍ଟ ଖେଳିବା ଆକଳନ କରଯାଉଥିଲା । ତାହା ହିଁ ହେଲା । ଭାରତୀୟ ଚୂଡାନ୍ତ ଏକାଦଶରେ ଆକାଶ ଦୀପ ସ୍ଥାନ ପାଇଛନ୍ତି । ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଦୁଇଟି ଟେଷ୍ଟ ଖେଳା ସରିଛି । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି ସିରିଜ । ଭାରତ ପର୍ଥ ଟେଷ୍ଟ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଆ଼ଡିଲେଡ ଟେଷ୍ଟ ଜିତିଥିଲା  । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ତୃତୀୟ ଟେଷ୍ଟ ଫଳାଫଳ ସିରିଜ ପାଇଁ ନିର୍ଣ୍ଣାୟକ ହେବ ବୋଲି ଆକଳନ କରାଯାଉଛି । ଗାବା ଟେଷ୍ଟ ଜିତି ଭାରତ ସିରିଜରେ ଆଗୁଆ ରହିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଗାବା ଗଡରେ ବ୍ୟାଟରଙ୍କ ପାଇଁ ଅଗ୍ନିପରୀକ୍ଷା ହେବ । ଆଡିଲେଡରେ ପରାଜୟ ପରେ ଭାରତ ଗାବାରେ କମବ୍ୟାକ କରିବ ବୋଲି ଫ୍ୟାନ୍ସ ଆଶାବାଦୀ ଅଛନ୍ତି ।

ଭାରତୀୟ ଚୂଡାନ୍ତ ଏକାଦଶ- ଯଶସ୍ବୀ ଜୈସ୍ବାଲ, କେଏଲ ରାହୁଲ, ଶୁଭମନ ଗିଲ୍, ବିରାଟ କୋହଲି, ଋଷବ ପନ୍ତ,(ୱିକେଟ କିପର), ରୋହିତ ଶର୍ମା(ଅଧିନାୟକ), ନିତୀଶ ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଆକାଶ ଦୀପ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ- ଉସମାନ ଖ୍ବାଜା, ନାଥନ ମ୍ୟାକସ୍ବିନି, ମାର୍ନସ ଲାବୁସାନ, ଷ୍ଟିଭେନ ସ୍ମିଥ, ଟ୍ରେଭିସ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କ୍ୟାରୀ, ପ୍ୟାଟ କମିନ୍ସ(ଅଧିନାୟକ), ମିଚେଲ ଷ୍ଟାର୍କ, ନାଥାନ ଲାୟନ, ଜୋଶ ହାଜେଲଉଡ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.