ଆସିକା,୧୮।୧ : ମାଙ୍କଡ ପାଇଁ ଚାଲିଗଲା ଅଟୋ ଡ୍ରାଇଭରଙ୍କ ଜୀବନ । ମୃତ ଡ୍ରାଇଭର ଜଣଙ୍କ ହେଲେ ସୋରଡ଼ାର ଋତୁ କାର୍ଜି l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ତାଳପାଟଣା ନିକଟରେ ଏହି ଘଟଣା ଘଟିଛି।
ଋତୁ କାର୍ଜି ଚେନ୍ନାଇ ଆସୁଥିବା ନିଜ ଭାଇ ଭାଉଜକୁ ଅଟୋରେ ଧରି ଆସିକା କାଳଷଣ୍ଢ ପୁର ଠାରୁ ସୋରଡ଼ା ଯାଉଥିଲେ। ଏହି ସମୟରେ ଧରାକୋଟ ତାଳପାଟଣା ଠାରେ ଚଳନ୍ତା ଅଟୋ ଆଗକୁ ମାଙ୍କଡ ଡିଆଁ ମାରିଥିଲା l ଫଳରେ ଘଟଣାସ୍ଥଳରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିବାରୁ ଘଟଣା ସ୍ଥଳରେ ଅଟୋ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିଲେ l ଗୁରୁତର ଅଟୋ ଡ୍ରାଇଭରଙ୍କୁ ତାଙ୍କ ଭାଇ ଭାଉଜ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି l