ମୋହନା ୧୯/୦୧: ମୋହନା ଥାନା ଅନ୍ତର୍ଗତ ଜରଉ ଘାଟିରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବିଦ୍ୟୁତ୍ ଖଣ୍ଟରେ ପିଟିହୋଇ ଓଲଟିଲା ଅଟୋ। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୭ ଜଣ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକ ଅଟୋ ଭିତରୁ ଆହତ ପିଲାଙ୍କୁ ଉଦ୍ଧାର କରି ଗଞ୍ଜାମ ବଡ଼ଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମୋହନା ପୁଲିସ ପହଞ୍ଚି ଅଟୋ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଅସୁରକ୍ଷିତ ଭାବେ ଏତେ ସଂଖ୍ୟାରେ ସ୍କୁଲ ପିଲା ଅଟୋ କିପରି ଯାଉଥି ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।