ମୁମ୍ବାଇ,୯।୬:ମହାରାଷ୍ଟ୍ରର ଥାଣେ ଜିଲ୍ଳାରେ ଘଟିଛି ବଡ଼ ଅଘଟଣ। ମୁମ୍ବ୍ରା ଏବଂ ଦିଭା ରେଲୱେ ଷ୍ଟେସନ ମଧ୍ୟରେ ଚଳନ୍ତା ଟ୍ରେନ୍ରୁ ଟ୍ରାକ୍କୁ ଖସି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ଅନ୍ୟ ୬ ଜଣ ମଧ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର କିଛି ଗଣ୍ଟା ପରେ ରେଲଓ୍ବେ ବୋର୍ଡ ନେଇଛି ବଡ଼ ନିଷ୍ପତ୍ତି। ରେଲଓ୍ବେର କାର୍ଯ୍ୟାକାରୀ ନିର୍ଦେଶକ (ସୂଚନା ଏବଂ ପ୍ରଚାର) ଦିଲ୍ଲୀପ କୁମାର କହିଛନ୍ତି, ମୁମ୍ବାଇ ଲୋକାଲର ସବୁ ଲୋକାଲ ଟ୍ରେନ୍ରେ ଅଟୋମେଟିକ୍ ଗେଟ୍ ଲଗାଯିବ।
ଅଧିକାରୀମାନେ ସୋମବାର କହିଛନ୍ତି, ମୁମ୍ବାଇ ଉପନଗର ପାଇଁ ସବୁ ଟ୍ରେନରେ ଏବେ ଅଟୋମେଟିକ୍ ଡୋର ବନ୍ଦ କରିବା ପାଇଁ ସୁବିଧା ରହିବ। ବର୍ତ୍ତମାନ ଚାଲୁଥିବା ସବୁ ଟ୍ରେନ୍ର ପୁଣିଥରେ ଡିଜାଇନ୍ କରାଯିବ। ଥାଣେରେ ହୋଇଥିବା ଦୁର୍ଘଟଣା ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅଧିକ ଭିଡ ଯୋଗୁଁ ଏଭଳି ହୋଇଛି।
ସୂଚନା ଅନୁଯାୟୀ,ପୁଷ୍ପକ ଲୋକାଲ୍ ଟ୍ରେନ୍ ମୁମ୍ଵାଇରୁ ଲକ୍ଷ୍ନୌ ଯାଉଥିଲା। ଏହି ଟ୍ରେନ୍ରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ହୋଇଥିଲା। ଯେଉଁଥି ପାଇଁ ଯାତ୍ରୀମାନେ ଜାଗା ନପାଇ ଟ୍ରେନ୍ର ଡୋର୍ ପାଖରେ ଝୁଲିଥିଲେ। ମୁମ୍ଵ୍ରା ରେଲୱେ ଷ୍ଟେସନ ନିକଟରେ ହଠାତ୍ କିଛି ଯାତ୍ରୀ ଟ୍ରାକ୍କୁ ଖସି ପଡ଼ିଥିଲେ। ଦୁର୍ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ଟ୍ରେନ୍ ଦିଭା ଓ କୋପର ରେଲଓ୍ବେ ଷ୍ଟେସନ୍ ଭିତରେ ଦେଇ କସାରା ଯାଉଥିଲା।