ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ଡିଫେନ୍ସ ଅପରେସନର ଲାଇଭ୍‌ କଭରେଜରୁ ନିବୃତ୍ତ ରୁହ, ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଗଣମାଧ୍ୟମକୁ ସରକାରଙ୍କ ପରାମର୍ଶ

Published By : Prameya | April 26, 2025 5:27 PM

ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢି ଯାଇଛି। ଆତଙ୍କୀଙ୍କୁ ପାଳୁ ଥିବା ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ପୂରା ଆକ୍ସନ ମୁଡରେ। ଏହି ସ୍ଥିିତିରେ ସରକାର ଶନିବାର ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଡିଫେନ୍ସ ଅପରେସନ୍ସ ଓ ସୁରକ୍ଷା ବାହିନୀର ଗତିବିଧିର ଲାଇଭ୍‌ କଭରେଜ୍( ସିଧା ପ୍ରସାରଣ) ଉପରେ ରୋକ୍‌ ଲଗେଇଛନ୍ତି। ଏହି ଆଡଭାଇଜରୀ ପଛରେ ସରକାରଙ୍କର ଯୁକ୍ତି ରହିଛି ଯେ, ଏହିପରି ରିପୋର୍ଟିଂରେ ଅଜାଣତରେ ଶତ୍ରୁତାପୂର୍ଣ୍ଣ ଏଲିମେଣ୍ଟ ଗୁଡ଼ିକୁ ସାହାଯ୍ୟ ମିଳିପାରେ। ଏହି ପରାମର୍ଶ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ, ପ୍ରତିରକ୍ଷା ମାମଲା ଉପରେ ରିପୋର୍ଟିଂକୁ ଦୃଷ୍ଟିରେ ରଖି ଏହି ପରାମର୍ଶ ଦିଆଯାଇଛି। ଏହି ହମଲାରେ ୨୬ ଜଣ ଲୋକଙ୍କ ଜୀବନ ଯାଇ ଥିଲା, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳ ପକ୍ଷରୁ ଜାରି କରାଯାଇ ଥିବା ପରାମର୍ଶରେ କୁହାଯାଇଛି, ରାଷ୍ଟ୍ରୀୟ ସୁରକ୍ଷାର ହିତରେ , ସବୁ ମିଡିଆ ପ୍ଲାଟଫର୍ମ , ନ୍ୟୁଜ୍ ଏଜେନ୍ସି ଓ ସୋସିଆଲ ମିଡ଼ିଆ ୟୁଜର୍ସଙ୍କୁ ପରାମର୍ଶ ଦିଆ ଯାଉଛି ଯେ,ସେମାନେ ପ୍ରତିରକ୍ଷା ଓ ଅନ୍ୟ ସୁରକ୍ଷା ସମ୍ୱନ୍ଧୀୟ ଅଭିଯାନ ସହ ସମ୍ୱନ୍ଧିତ ମାମଲା ଉପରେ ରିପୋର୍ଟଂ କରିବା ସମୟରେ ଅତ୍ୟଧିକ ଦାୟିତ୍ୱବାନ ହୁଅନ୍ତୁ ଏବଂ ବର୍ତ୍ତମାନ ଥିବା ଆଇନ ଓ ନିୟମ ଗୁଡ଼ିକର ଦୃଢଭାବେ ପାଳନ କରନ୍ତୁ। 

ଏଥିରେ କୁହାଯାଇଛି, ବିଶେଷ ରୂପେ ପ୍ରତିରକ୍ଷା ସଞ୍ଚାଳିତ ସମ୍ୱନ୍ଧିତ କୌଣସି ବି ରିୟଲ ଟାଇମ୍‌ କଭରେଜ୍‌ , ଦୃଶ୍ୟର ପ୍ରସାର ବା ସୋର୍ସ –ଆଧାରିତ ସୂଚନା ଆଧାରରେ ରିପୋର୍ଟିଂ କରାଯିବା ଉଚିତ୍ ନୁହେଁ। ପରାମର୍ଶରେ ଏହା ମଧ୍ୟ କୁହାଯାଇଛି ଯେ, ସମ୍ୱେଦଳଶୀଳ ସୂଚନା ସମୟ ପୂର୍ବରୁ ଖୁଲାସା ଅଜାଣତରେ ଶତ୍ରୁତାପୂର୍ଣ୍ଣ ତତ୍ତ୍ୱର ସହାୟତା କରି ପାରେ ଏବଂ ପରିଚାଳନା ଉପରେ ପ୍ରଭାବ ଓ କର୍ମଚାରୀଙ୍କ ସୁରକ୍ଷାକୁ ବିପଦରେ ପକାଇ ପାରେ। ପରାମର୍ଶରେ କାରଗିଲ ଯୁଦ୍ଧ , ୨୦୦୮ର ମୁମ୍ୱାଇ ଆତଙ୍କବାଦୀ ହମଲା ଓ କନ୍ଧାର ଅପହରଣ ଭଳି ଗତ ଘଟଣା ଗୁଡ଼ିକର କଥା କୁହାଯାଇଛି ,ଯେବେ କଭରେଜ୍‌ ରାଷ୍ଟ୍ରୀୟ ହିତ ଉପରେ ପ୍ରତିକୂଳ ପ୍ରଭାବ ପକାଇ ଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.